
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ୧୨ଟି ରାଷ୍ଟ୍ରାୟାତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ୪୮,୨୩୯ କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ଯୋଜନା ଏବଂ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଏତେ ପରିମାଣର ଅର୍ଥ ପ୍ରଦାନ କରିବେ। ବୁଧବାର ଆର୍ଥିକ ସେବା ସଚିବ ରାଜୀବ କୁମାର ଏହା କହିଛନ୍ତି।
ସୂଚନା ଅନୁସାରେ କର୍ପୋରେଶନ ବ୍ୟାଙ୍କକୁ ୯,୦୮୬ କୋଟି ଟଙ୍କା, ଆଲ୍ଲାହାବାଦ୍ ବ୍ୟାଙ୍କକୁ ୬,୮୯୬ କୋଟି ଟଙ୍କା ପ୍ରଦାନ କରାଯବି। ସେହିଭଳି ୪,୬୩୮ କୋଟି ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୨୦୫ କୋଟି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ପ୍ରଦାନ କରାଯିବ।
୨୦୧୮ରେ ସର୍ବାଧିକ ଚର୍ଚ୍ଚାରେ ଥିବା ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ(ପିଏନ୍ବି)କୁ ୫,୯୦୮ କୋଟି, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୪,୧୧୨ କୋଟି, ଆନ୍ଧ୍ର ବ୍ୟାଙ୍କକୁ ୩,୨୫୬ କୋଟି ଏବଂ ସିଣ୍ଡିକେଟ୍ ବ୍ୟାଙ୍କକୁ ୧,୬୦୩ କୋଟି ଟଙ୍କା ପୁଞ୍ଜି ପ୍ରଦାନ କରାଯିବ ବୋଲି ରାଜୀବ କହିଛନ୍ତି।
ଅନ୍ୟପକ୍ଷରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନାଇଟେଡ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ ମୋଟ ୧୨,୫୩୫ କୋଟି ଟଙ୍କା ପ୍ରଦାନ କରାଯିବ
from Odisha Reporter https://ift.tt/2twBSds
No comments:
Post a Comment