ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ: ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ: ୪ ଗିରଫ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଝୀରପାଣି ପୁଲିସ୍‌ ଏକ ଚୋରି ଗ୍ୟାଙ୍ଗର ପର୍ଦ୍ଦଫାସ୍‌ କରିଛି। ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟ ଗିରଫ ହୋଇଥିବା ବେଳେ, ଅନ୍ୟମାନଙ୍କୁ ଗିରଫ କରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ଗିରଫ ଅଭିଯୁକ୍ତମାନେ ହେଲେ ହେଲି କୁଜୁର, ଶିବ କୁମାର ହିଣ୍ଡୋଚା, ଦୀପକ କୁମାର ଗୌଡ଼ ଓ ସନ୍ଦୀପ ଘୋଷ। ସେମାନଙ୍କ ପାଖରୁ  ଗୋଟିଏ ବାଇକ୍‌, ଏକ ଅଟୋ, ସ୍କୁଟି ଜବତ ହୋଇଛି। ଏହାସହ ୬୦ ଗ୍ରାମ ସୁନା, ରୂପା ବିସ୍କୁଟ, ୭୦ ଗ୍ରାମ ରୂପା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଓ ଗୋଟିଏ ଏଲ୍‌ଇଡି ଟିଭି ମଧ୍ୟ ଜବତ କରାଯାଇଛି।

ଝୀରପାଣି ଥାନାରେ ଏମାନଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଥିବା ରାଉରକେଲା ଡିଏସ୍‌ପି ଜ୍ୟୋର୍ତିମୟ ଭୁକ୍ତା କହିଛନ୍ତି।

ବିଶେଷ କରି ଝୀରପାଣି, କୋଏଲ ନଗର ଅଞ୍ଚଳରେ ଏମାନେ ଚୋରି କରୁଥିଲେ। ଦିନ ବେଳେ ଏମାନେ ବନ୍ଧ ଥିବା ଘର ଉପରେ ନଜର ରଖୁଥିଲେ। ରାତି ହେଲେ କବାଟ ତାଡ଼ି ଭିତରେ ପଶି ଲୁଟ୍‌ କରୁଥିଲେ।



from Odisha Reporter http://bit.ly/2X93F1p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages