
ନୂଆଦିଲ୍ଲୀ: ‘ମୋ ହୃଦୟରେ ନିଆଁ ଜଳୁଛି।’ ପୁଲ୍ୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହେବା ପରେ ଏହି ପ୍ରସଙ୍ଗରେ କଡ଼ା ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ସେହି ରାଜ୍ୟର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ସେ ଏପରି କହିଛନ୍ତି।
ମୋଦି ବିହାରର ବରୌନୀ ଜିଲ୍ଲାର ଏହି କାର୍ଯ୍ୟକ୍ରମରେ କହିଛନ୍ତି, “ସଞ୍ଜୟ କୁମାର ସିହ୍ନା ଓ ରତନ କୁମାର ଠାକୁରଙ୍କୁ ମୁଁ ସାଲ୍ୟୁଟ୍ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏଠାରେ ଉପସ୍ଥିତ ଲୋକଙ୍କୁ ମୁଁ କହିବାକୁ ଚାହେଁ, ଯେଉଁ ନିଆଁ ଆପଣମାନଙ୍କ ମଧ୍ୟରେ ଜଳୁଛି ମୋ ହୃଦୟରେ ମଧ୍ୟ ସେହି ନିଆଁ ଜଳୁଛି।”
ଗୁରୁବାର ୭୦ରୁ ଊର୍ଦ୍ଧ୍ୱ ଗାଡ଼ିରେ ଯବାନମାନେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବାବେଳେ ଜଣେ ଆତ୍ମଘାତୀ ଆତଙ୍କୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ମାଡ଼ କରି ବିସ୍ଫୋରଣ କରାଇଥିଲା। ଏହା ନିକଟ ଅତୀତର ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ କୁହାଯାଉଛି।
from Odisha Reporter http://bit.ly/2N8gnJ9
No comments:
Post a Comment