
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୁଲୱାମା ଆକ୍ରମଣରେ ଭାରତ ତା’ର ବୀରପୁତ୍ରମାନଙ୍କୁ ହରାଇବା ଘଟଣାରେ ସାରା ଦେଶରେ ଖେଳିଯାଇଛି ଶୋକାକୂଳ ପରିବେଶ। ବଲିଉଡ୍ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ବଲିଉଡ କଳାକାର ଟ୍ୱିଟ୍ କରି ଘଟଣାର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି।
ଉତ୍ତରପ୍ରଦେଶର ଦେବରିଆ ମହୋତ୍ସବରେ ସାମିଲ ହେବାକୁ ଥିବା ବଲିଉଡ ଗାୟକ କୈଳାଶ ଖେର୍ ଆଜି ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ବିଜୟ କୁମାର ମୋର୍ଯ୍ୟଙ୍କ ଗାଁକୁ ଯାଇଛନ୍ତି। ସେଠାରେ ସେ ନିଜ ତରଫରୁ ସହିଦ୍ଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଦେବେ ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ଜିଲ୍ଲାପାଳ ନିଜ କର୍ମକର୍ତ୍ତାମାନଙ୍କର ଏକ ଦିନର ଦରମା ସହିଦ୍ଙ୍କ ପରିବାରକୁ ସହାୟତା ଭାବେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ସହିଦଙ୍କ ପରିବାରର ସମସ୍ୟା ନିରାକରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏଥିସହ ସେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ମଧ୍ୟ ଏହି ସହାୟତା ପାଣ୍ଠିରେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି।
ଏହି ସମୟରେ ଚାଲୁଥିବା ଦେବରିଆ ମହୋତ୍ସବରେ କୈଳାଶ ଖେର୍ଙ୍କର ମଧ୍ୟ ଯିବାର ଅଛି। କିନ୍ତୁ ପୁଲୱାମା ଆକ୍ରମଣ ଘଟଣା ହେବାପରେ ଏହି ମହୋତ୍ସବରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି କୁହାଯାଇଛି।

from Odisha Reporter http://bit.ly/2Gt5SzE
No comments:
Post a Comment