‘ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସକୁ ନିକଟରୁ ଦେଖିପାରିବେ ପର୍ଯ୍ୟଟକ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

‘ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସକୁ ନିକଟରୁ ଦେଖିପାରିବେ ପର୍ଯ୍ୟଟକ’

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ପରମ୍ପରା, ରୀତିନୀତିର ଦୃଶ୍ୟପଟକୁ ଅତିନିକଟରୁ ଦେଖିବେ ପର୍ଯ୍ୟଟକ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରକୁ ନେଇ ବସିଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏନେଇ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ଇଣ୍ଟରପ୍ରିଟେସନ ସେଣ୍ଟର ବା ବ୍ୟାଖ୍ୟାନ ସେଣ୍ଟର ନିର୍ମାଣ କରାଯାଉଛି। ଏଥିପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଆଗାମୀ ଏକ ବର୍ଷ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ। ଏହାପରେ ପର୍ଯ୍ୟଟକ ସେସବୁ ଦେଖିପାରିବେ ବୋଲି ଗଜପତି ମହାରଜ ଦିବ୍ୟସିଂହ ଦେବ କହିଛନ୍ତି। ନୀଳାଦ୍ରୀ ବିହାର ମ୍ୟୁଜିୟମ୍‌ର ନବୀକରଣ କାର୍ଯ୍ୟ କରାଯାଉଛି। ତେଣୁ ଏହି ସମସ୍ତ କାର୍ଯ୍ୟ ଯେପରି ନିର୍ଭୁଲ ଭାବେ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେଇ ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥା ଗବେଷକଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବେ ବୋଲି ଗଜପତି ମହାରାଜା କହିଛନ୍ତି।



from Odisha Reporter http://bit.ly/2Szq4Fo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages