ୟୁପି ବିଧାନସଭାରେ ରାଜ୍ୟପାଳଙ୍କୁ ବିରୋଧୀଙ୍କ କାଗଜଗୁଳା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ୟୁପି ବିଧାନସଭାରେ ରାଜ୍ୟପାଳଙ୍କୁ ବିରୋଧୀଙ୍କ କାଗଜଗୁଳା ମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶ(ୟୁପି) ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ପ୍ରଥମଦିନରେ ରାଜ୍ୟପାଳ ରାମ ନାଏକ ଗୃହକୁ ସମ୍ବୋଧିତ କରୁଥିବା ବେଳେ ବିରୋଧୀ ଦଳ ବିଧାୟକମାନେ ତାଙ୍କ ଉପରକୁ କାଗଜ ଗୁଳା ମାଡ଼ କରିଛନ୍ତି।

ଆଜି ରାଜ୍ୟପାଳ ଉଦ୍‌ବୋଧନ ଦେଉଥିବା ବେଳେ ସମାଜବାଦୀ ପାର୍ଟି, କଂଗ୍ରେସ ଓ ବିଏସ୍‌ପି ବିଧାୟକମାନେ ପ୍ଲାକାର୍ଡ ଧରି ସରକାରୀ ବିରୋଧୀ ନାରା ଦେଇଥିଲେ। ଏହାପରେ ସେମାନେ ରାଜ୍ୟପାଳଙ୍କ ଭାଷଣରେ ବାଧା ଉପୁଜାଇବା ପାଇଁ କାଗଜ ଗୁଳା ଫିଙ୍ଗିଥିଲେ। ଖାଲି ସେତିକି ନୁହେଁ, ବିଧାୟକମାନେ ରାଜ୍ୟପାଳ ଆପଣ ଫେରି ଯାଆନ୍ତୁ ବୋଲି ମଧ୍ୟ ନାରା ଦେଇଥିଲେ।

ଘଟଣାକୁ ନିନ୍ଦା କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, “ଆଜି ବିଧାନସଭାରେ ବିରୋଧୀ ଦଳର ବିଧାୟକମାନେ ରାଜ୍ୟପାଳଙ୍କ ସହ ଯେଉଁଭଳି ବ୍ୟବହାର କଲେ, ତାହା ନିନ୍ଦନୀୟ।

ସପା, ବିଏସ୍‌ପି ଓ କଂଗ୍ରେସ ବିଧାୟକମାନେ ପବିତ୍ର ଗୃହ ମଧ୍ୟରେ ରାଜ୍ୟପାଳଙ୍କୁ ଅପମାନିତ କରିଛନ୍ତି। ଏଥିରୁ ସେମାନେ କେମିତି ବ୍ୟବସ୍ଥା ପ୍ରଣୟନ କରିବାକୁ ଚାହୁଁଛନ୍ତି, ତାହା ସ୍ପଷ୍ଟ ହୋଇଛି।”

ଏଭଳି ବିରୋଧ ସତ୍ତ୍ୱେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବା ସହ ସରକାରଙ୍କ ସଫଳତା ବଖାଣିଥିଲେ। ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍‌ ବିଧାନସଭାରେ ଉପସ୍ଥାପିତ ହେବ।



from Odisha Reporter http://bit.ly/2HTrXJ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages