ମ୍ୟାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍: ୪ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ୍‌ ଓ ନିରୀକ୍ଷକ ସସ୍‌ପେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ମ୍ୟାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍: ୪ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ୍‌ ଓ ନିରୀକ୍ଷକ ସସ୍‌ପେଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସତର୍କ, ସଚେତନ ଓ ସଜାଗ ରହିଥିବା ଦାବି ସତ୍ତ୍ୱେ ମ୍ୟାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ଓ ପ୍ରଶାସନର ପ୍ରସ୍ତୁତି ଫେଲ୍‌ ମାରିଛି। ଗତବର୍ଷ ଭଳି ଏଥର ମଧ୍ୟ ପ୍ରଥମ ଦିନରୁ ଭାଇରାଲ୍‌ ହୋଇଛି ମ୍ୟାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର। ଅଵଶ୍ୟ ଏହି ଘଟଣାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାର ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ଓ ନିରୀକ୍ଷକ ସସ୍‌ପେଣ୍ଡ ହୋଇଛନ୍ତି। ଏପରିକି ସେମାନଙ୍କ ବିରୋଧରେ ଏତଲା ମଧ୍ୟ ଦାୟର କରାଯାଇଛି।

ଚଳିତବର୍ଷ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ନିର୍ଦ୍ଧାରିତ ସମୟରେ ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଚାଲିଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍‌ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଥିଲା।ପ୍ରଥମେ ଏହା ଏକ ଗୁଜବ ବୋଲି କୁହାଯାଇଥିଲେ ହେଁ ଭାଇରାଲ୍‌ ହୋଇଥିବା ପ୍ରଶ୍ନପତ୍ର ଓ ଅରିଜିନାଲ୍‌ ପ୍ରଶ୍ନପତ୍ର ମେଳ ଖାଉଛି।

ନୂଆପଡ଼ାରେ ପ୍ରଥମେ ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାର ଅଭିଯୋଗ ଆସିଥିଲା। ଏହାପରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ବୁଲୁଥିବା ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିବା ଖବର ପାଇ ପ୍ରଥମ ଦିନର ପରୀକ୍ଷା ଦେଇ ସେଣ୍ଟରରୁ ବାହାରିଥିବା ପରୀକ୍ଷାର୍ଥୀ ଚିନ୍ତା ବ୍ୟକ୍ତ କରିଛନ୍ତି। ବର୍ଷ ଯାକର ପରିଶ୍ରମ କାଳେ ବ୍ୟର୍ଥ ହୋଇଯିବ ସେ ଚିନ୍ତା ଏବେ ପିଲାଙ୍କୁ ଘାରିଛି।

୨୦୧୮ ଫେବୃୟାରୀ ୨୬ ତାରିଖରେ ଭାଇରାଲ୍ ହୋଇଥିଲା ମ୍ୟାଟ୍ରିକ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ର। ବୋର୍ଡର ଅଭିଯୋଗ ପରେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠନ ହୋଇଥିଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ୱାଡ। ଆଉ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ଯେପରି ନହେବ, ସେଥିପାଇଁ ଚାରି ଶହ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜା ଯାଇଥିଲା। ଏଥି ସହ ପରୀକ୍ଷା କେନ୍ଦ୍ରରେ ମୋବାଇଲ୍‌ ବ୍ୟାନ କରାଯାଇଥିଲା। ହେଲେ ତମାମ୍‌ ଯୋଜନା ସତ୍ତ୍ୱେ ପ୍ରଥମ ଦିନରୁ ହିଁ ଭାଇରାଲ୍ ହୋଇଛି ପ୍ରଶ୍ନପତ୍ର।

ଏହି ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ବୋର୍ଡ ସଭାପତି ଜାହାନ୍‌ ଆରା ବେଗମ୍‌ କହିଛନ୍ତି-“ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ନେବାକୁ ମନା କରାଯାଇଥିଲା। ଏହା ସତ୍ତ୍ୱେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ଯାଇଛି। ପରୀକ୍ଷା ପରେ ମୋବାଇଲ୍‌ରେ ଫଟୋ ଉଠାଇ ପଠାଯାଇଛି। ୪ଟି ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟରଙ୍କୁ ଦାୟିତ୍ୱରୁ ନିଲମ୍ବିତ କରାଯାଇଛି।”

କପି କରି ଧରାପଡ଼ିଲେ ୭୮ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀମାନେ ଆଜି ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ସରିଛି। ଅଧିକାଂଶ ଛାତ୍ରଛାତ୍ରୀ ଆଜିର ପରୀକ୍ଷାରେ ଭଲ କରିଥିବା କହିଛନ୍ତି। ତେବେ ଆଜି କପି କରୁଥିବା ୭୮ ଜଣ ଛାତ୍ରଛାତ୍ରୀ ଧରାପଡ଼ିଛନ୍ତି।

ପ୍ରଥମ ଦିନରେ କିଛି ସ୍ଥାନରେ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାମାକ୍ଷାନଗର NH-53 ବାରିହାପୁର ନିକଟରେ ପରୀକ୍ଷା ଦେବାପାଇଁ ଯାଉଥିବା ଜଣେ ଛାତ୍ର ଦୁର୍ଘଟଣାର ଶିକାର ହୋଇଥିଲେ। ମୁକ୍ତାପଶି ହାଇସ୍କୁଲର ଏହି ଛାତ୍ର ପରୀକ୍ଷା ପାଇଁ କଙ୍କଡ଼ାସୋଡ଼ାକୁ ବାଇକରେ ଯାଉଥିବାବେଳେ ଏକ ଟ୍ରକ୍ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି।



from Odisha Reporter https://ift.tt/2E4JxVr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages