ଶ୍ରୀଦେବୀଙ୍କ ବିଷୟରେ ଏମିତି କହିଲେ ମାଧୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଶ୍ରୀଦେବୀଙ୍କ ବିଷୟରେ ଏମିତି କହିଲେ ମାଧୁରୀ

madhhri

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜ ପ୍ରଫେସନାଲ୍‌ ଲାଇଫ୍‌ରେ ଏବେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏବେ ସେ ନିଜର ଆଗାମୀ ସିନେମା ‘ଟୋଟାଲ ଧମାଲ୍’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ସିନେମାରେ ମାଧୁରୀ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି ସେ ଚରିତ୍ର ପ୍ରଥମେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମିଳିଥିଲା। କିନ୍ତୁ ଗତବର୍ଷ ଫେବୃଆରୀ ମାସରେ ତାଙ୍କର ଆକସ୍ମିକ ଦେହାନ୍ତ ହେବାପରେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଚରିତ୍ରରେ ଅଭିନୟ କରିବାକୁ ମାଧୁରୀ ଦୀକ୍ଷିତଙ୍କୁ ଅଫର୍ କରିଥିଲେ।
ଏ ସମ୍ପର୍କରେ ମାଧୁରୀ କହିଛନ୍ତି ଯେ, ‘ଏଭଳି ନିଷ୍ପତ୍ତି ନେବା ମୋ ପକ୍ଷେ କଷ୍ଟକର ଥିଲା। ଜଣେ ମଣିଷ ଭାବେ ମୋ’ ପାଇଁ ନିଶ୍ଚିତ ଦ୍ୱିଧା ଭାବ ସୃଷ୍ଟି କରିଥିଲା, ମାତ୍ର କଳାକାର ଭାବେ ମୋ ହାତରେ ଥିଲା ସ୍କ୍ରିପ୍ଟ। ଆଉ ମୁଁ ଜଣେ ଅଭିନେତ୍ରୀ। ଅଭିନୟ ବି ଜାଣିଛି। ସ୍କ୍ରିପ୍ଟ୍ ପଢିବା ପରେ ମୁଁ ବାଧ୍ୟ ହୋଇଥିଲି ଏହି ଫିଲ୍ମ କରିବାକୁ। କିନ୍ତୁ ଏସବୁ କରିବା ଏହାକୁ ଗ୍ରହଣ କରିବା ମୋ ପକ୍ଷେ ଖୁବ୍‌ କଷ୍ଟକର ଥିଲା।’’ ଶ୍ରୀଦେବୀ ଓ ତାଙ୍କ ମଧ୍ୟରେ କୌଣସି ତୁଳନା ନାହିଁ ବୋଲି ମଧ୍ୟ କହିଛନ୍ତି ମାଧୁରୀ ଦୀକ୍ଷିତ।

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଏକ ମଲ୍ଟିଷ୍ଟାର୍ର ଫିଲ୍ମ। ଏହି ସିନେମାରେ ଅନୀଲ କପୁର, ଅଜୟ ଦେବଗନ୍, ଅରସଦ୍ ଓ୍ଵାରସୀ, ରିତେଶ ଦେଶମୁଖ୍, ଜନି ଲିଭର୍, ମାଧୁରୀ ଦୀକ୍ଷିତ, ବୋମନ୍ ଇରାନୀ ଓ ସଂଜୟ ମିଶ୍ରା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଫେବୃଆରୀ୨୨ ତାରିଖରେ ରିଲିଜ୍ ହେବ।



from Odisha Reporter http://bit.ly/2SqyTlC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages