
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ଟ୍ରେଲର ପିଟି ଦେବାରୁ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ଦୁଇ ଯୁବତୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସ୍କୁଟିରେ ନମ୍ବର ନଥିବାରୁ ଉଭୟଙ୍କ ପରିଚୟ ମିଳି ପାରିନାହିଁ।
ଏହି ଦୁର୍ଘଟଣା ଯୋଗୁ କିଛି ସମୟ ଧରି ଉକ୍ତ ରାସ୍ତା ଜାମ୍ ହୋଇଯାଇଥିଲା।
from Odisha Reporter http://bit.ly/2TDMLWw
No comments:
Post a Comment