ଏବେ ଶସ୍ତାରେ ସ୍ୱପ୍ନର ଘର, ରିଅଲ ଇଷ୍ଟେଟ୍‌ରେ ହ୍ରାସ ପାଇଲା ଜିଏସ୍‌ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଏବେ ଶସ୍ତାରେ ସ୍ୱପ୍ନର ଘର, ରିଅଲ ଇଷ୍ଟେଟ୍‌ରେ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ଓ ବିଚାର ଆଲୋଚନା ପରେ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଛି। ସ୍ୱୀକୃତିପ୍ରାପ୍ତ ରିୟଲ ଇଷ୍ଟେଟ୍ ଡେଭ୍‌ଲପରମାନଙ୍କର ଯେଉଁ ନିର୍ମାଣାଧୀନ ଘର ସବୁ ରହିଛି ସେ ସବୁକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ସର୍ବନିମ୍ନ ଟିକସ ଥାକ ୫% ବାସ୍କେଟ୍‌ରେ ରଖାଯିବ। ଜିଏସ୍‌ଟି ପରିଷଦ ଏହି ନିଷ୍ପତ୍ତି ଗ୍ରହଣ କରିଛି।

ପୂର୍ବରୁ ଏଥିରେ ୧୨% ଟିକସ ଲାଗୁଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ହୋଇଛି। ଜିଏସ୍‌ଟି ପରିଷଦର ଅଧ୍ୟକ୍ଷ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ସୂଚନା ଦେଇଛନ୍ତି।

ଖାଲି ସେତିକ ନୁହେଁ, ସୁଲଭ ଗ୍ରୁହ ଯୋଜନାରେ ସରକାର ଗରିବ ବାସହୀନ ଲୋକଙ୍କ ପାଇଁ ଯେଉଁ ଗୃହ ନିର୍ମାଣ କରୁଛନ୍ତି ସେଥିରେ ବର୍ତ୍ତମାନ ୮% ଜିଏସ୍‌ଟି ଲାଗୁଥିବା ବେଳେ ତାହାକୁ ୧%କୁ ହ୍ରାସ କରିଦିଆଯାଇଛି ବୋଲି ଜେଟ୍‌ଲୀ କହିଛନ୍ତି।

ଏହି ନୂତନ ଜିଏସ୍‌ଟି ହାର ୨୦୧୯ ଏପ୍ରିଲ୍‌ ୧ରୁ ଲାଗୁ ହେବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଲା ଏହି ନୂଆ ଟିକସ ଲାଗୁ ହେଲା ପରେ ବିଲ୍‌ଡର ମାନେ ଏଥିରେ ଏଣିକି ଇନ୍‌ପୁଟ୍ ଟାକ୍ସ କ୍ରେଡିଟ୍‌ ଦାବି କରିପାରିବେ ନାହିଁ।



from Odisha Reporter https://ift.tt/2H6ot47

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages