
ମୁମ୍ବାଇ: ଡ୍ୟାନ୍ସ ରିଆଲିଟି ଶୋ’ ‘‘ସୁପର ଡ୍ୟାନ୍ସର ଚାପ୍ଟର-୩’’ରେ ଅନେକ ପ୍ରତିଭା ସମ୍ପନ୍ନ ପିଲାଙ୍କୁ ଦେଖିବାକୁ ମିଳୁଛି। ଶୋ’ର ଏହି ସିଜିନ୍ରେ ଛୋଟ ଛୋଟ ପିଲା ନିଜ ନାଚ ଦ୍ୱାରା ଅଗଣିତ ଦର୍ଶକଙ୍କ ମନ ଜିଣିଛନ୍ତି। ଏମିତିରେ ଶନିବାର ଏକ ସ୍ପେଶାଲ୍ ଏପିସୋଡ୍ ଦେଖିବାକୁ ମିଳିଥିଲା। ଶନିବାର ଏପିସୋଡ୍ରେ ସୁପର ଡ୍ୟାନ୍ସରକୁ ଖାସ୍ ଅତିଥି ଆସିଥିଲେ। ଶୋ’ରେ ଅଭିନେତା ଜିତେନ୍ଦ୍ର ଓ ଅଭିନେତ୍ରୀ ଜୟା ପ୍ରଦାଙ୍କ ଧମାକାଦାର ଏଣ୍ଟ୍ରି ହୋଇଥିଲା। ଜିତେନ୍ଦ୍ର ଓ ଜୟା ୮୦ ଦଶକର ହିଟ୍ ଗୀତର ଡ୍ୟାନ୍ସ କରିଥିଲେ।
ଜିତେନ୍ଦ୍ର ଓ ଜୟା ପିଲାମାନଙ୍କର ଖୁବ୍ ପ୍ରଶଂସା କରିଥିଲେ।
ଶୋ’ରେ ଜଣେ ପ୍ରତିଯୋଗୀ ‘ଡଫଲୀ ୱାଲେ’ ଗୀତରେ ଖୁବ୍ ସୁନ୍ଦର ନାଚିଥିଲେ। କୁନି ଝିଅଟିର ନାଚ ଦେଖି ଲାଗୁଥିଲା ସତେ ଯେମିତି କେଉଁ ରବର କଣ୍ଢେଇ ନାଚୁଛି। ଜିତେନ୍ଦ୍ର ଓ ଜୟା ତାଙ୍କ ନାଚ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ। ଏହା ସହ ଜୟା ବି ଡ୍ୟାନ୍ସ କରିବା ମୁଡ୍କୁ ଆସିଯାଇଥିଲେ।
ପର୍ଫର୍ମାନ୍ସ ସରିବା ପରେ ଅଭିନେତ୍ରୀ ଜୟା କୁନି ପ୍ରତିଯୋଗୀଙ୍କୁ କହିଥିଲେ, ତୁମେ ଖୁବ୍ ସୁନ୍ଦର ଡ୍ୟାନ୍ସ କରିଛ। ଆଉ ସେ ଭିତରେ ସେ ନିଜକୁ ରୋକି ନ ପାରି ନିଜ ସିଟ୍ ଛାଡ଼ି ଷ୍ଟେଜ୍ ଉପରକୁ ଚାଲିଯାଇଥିଲେ। ଜୟା ଷ୍ଟେଜ୍କୁ ଆସି କୁନି ଝିଅ ସହ ‘ଡଫଲୀ ବାଲେ ଡଫଲୀ ବଜା’ ଗୀତରେ ଡ୍ୟାନ୍ସ କରିବା ଆରମ୍ଭ କରିଦେଇଥିଲେ।

ଏହି ଗୀତଟି ଜୟାପ୍ରଦା ଓ ଋଷି କପୁରଙ୍କ ଫିଲ୍ମ ‘ସରଗମ୍’ର । ଏଥିରେ ଜୟା ଓ ଋଷି ଜବରଦସ୍ତ ନାଚିଥିଲେ। ଜୟା ମଧ୍ୟ ଏହି ଫିଲ୍ମ ଓ ଗୀତ ସହ ଜଡ଼ିତ କିଛି ସ୍ମୃତୀ ଶେଆର କରିଥିଲେ। ଜୟାଙ୍କ କହିବା ଅନୁଯାୟୀ ଏହି ଗୀତର ଶୁଟିଂ ନାହିଁ ନାହିଁରୁ ହୋଇଥିଲା। କିନ୍ତୁ ସେ ସମୟରେ ଏ ଗୀତଟି ୧ କୋଟି ଆୟ କରିଥିଲା।
Our little Super Dancer Rupsa is graced with none other than Jaya Prada! Wacth them recreate her famous song, TOGETHER! Tune-in to #SuperDancerChapter3, Sat-Sun at 8 PM. Shilpa Shetty Kundra Rithvik Dhanjani Paritosh Tripathi
Sony Entertainment Television यांनी वर पोस्ट केले शुक्रवार, २२ फेब्रुवारी, २०१९
from Odisha Reporter https://ift.tt/2tzui1N
No comments:
Post a Comment