
ନୂଆଦିଲ୍ଲୀ:ବଢ଼ିବ ଚାଷୀଙ୍କ ସହାୟତା ରାଶି। ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ଆର୍ଥିକ ରାଶି ମାସିକ ଆହୁରୀ ୫୦୦ ଟଙ୍କା ବୃଦ୍ଧି କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେଛନ୍ତି। ଅନ୍ତରୀମ ବଜେଟରେ କେନ୍ଦ୍ର ସରକାର ଅନୁନ୍ୟ ୨ ହେକ୍ଟର ଜମିଥିବା ଚାଷୀଙ୍କୁ ବର୍ଷକୁ ୬୦୦୦ ଟଙ୍କା ଆର୍ଥିକ ରାଶି ଯୋଗେଇ ଦେବାକୁ ଘୋଷଣା କରିଛନ୍ତି। ତେବେ ଚାଷୀଙ୍କ ପାଇଁ ଏହି ସହାୟତା ରାଶି ଅତି ନଗଣ୍ୟ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ବାର୍ଷିକ ୬୦୦୦ ହଜାର ହିସାବରେ ମାସକୁ ଏହି ଆର୍ଥିକ ରାଶି ୫୦୦ ଟଙ୍କା ପଡ଼ୁଥିବା ବେଳେ ପୁଣି ୫୦୦ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଅର୍ଥାତ ଆଗକୁ ଚାଷୀମାନେ ବାର୍ଷିକ ୧୨,୦୦୦ ଟଙ୍କା ପାଇବେ ବୋଲି ଆଶ୍ୱସନା ଦେଇଛନ୍ତି ଜେଟଲୀ।
ଆମେରିକାକୁ ଚିକିତ୍ସା ଲାଗି ଯାଇଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଗାମୀ ଦିନରେ ଏହି ଆର୍ଥିକ ରାଶିକୁ ବଢ଼ାଯାଇପାରିବ। ଜେଟଲୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବର୍ଷକୁ ପ୍ରାୟ ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେବେ।
ଏଥିସହ ଚାଷୀମାନଙ୍କୁ ମାଗଣା ଘର, ମାଗଣା ଚିକିତ୍ସା, ସବ୍ସିଡିରେ ଖାଦ୍ୟ, ମାଗଣା ଶୌଚାଳୟ ଆଦି ଯୋଗାଇ ଦିଆଯାଉଛି। ଏହି ସବୁ ଯୋଜନା ଚାଷୀଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ। ତେବେ ଆଗାମୀ ଦିନରେ ସରକାରଙ୍କ ସମ୍ବଳ ବଢ଼ିଲେ ଏହି ଆର୍ଥିକ ରାଶିକୁ ବୃଦ୍ଧି କରାଯାଇ ପାରିବ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2MUzjLr
No comments:
Post a Comment