ପିଙ୍କ୍‌ ଡ୍ରେସ୍‌ କୋଡ୍‌ରେ ‘ପ୍ରିୟଙ୍କା ସେନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ପିଙ୍କ୍‌ ଡ୍ରେସ୍‌ କୋଡ୍‌ରେ ‘ପ୍ରିୟଙ୍କା ସେନା’

priyanka-sena

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ କଂଗ୍ରେସର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରିୟଙ୍କାଙ୍କ ଏହି ଅଭିଯାନରେ ସାମିଲ ହେବାକୁ ୫୦୦ରୁ ଅଧିକ କର୍ମୀ ନିଜକୁ ପ୍ରସ୍ତୁତ କରିଛନ୍ତି। ସେମାନେ ନିଜକୁ ‘ପ୍ରିୟଙ୍କା ସେନା’ ବୋଲି କହୁଛନ୍ତି। ଖାଲି ସେତିକି ନୁହେଁ, ସେମାନେ ନିଜ ପାଇଁ ପିଙ୍କ ଡ୍ରେସ୍‌କୋଡ୍‌ କରିଛନ୍ତି। ଏଥିରେ ପ୍ରିୟଙ୍କା ଗାନ୍ଧିଙ୍କ ଫଟୋ ରହିଛି। ଏହାସହ ଏକ ମେସେଜ୍‌ ମଧ୍ୟ ଲେଖାଯାଇଛି।

ପ୍ରିୟଙ୍କା ସେନାର ଜଣେ କର୍ମୀ କହିଛନ୍ତି, “ଏହି ଗ୍ରୁପ୍‌ ନୂଆ ନୁହେଁ, ପୂର୍ବରୁ ଥିଲା। ତେବେ ନୂଆ କରି ଡ୍ରେସ୍‌କୋଡ୍‌ କରାଯାଇଛି। ଏପରି କରାଯିବାର କାରଣ ହେଲା, କଂଗ୍ରେସ୍‌ର ନୂଆ ସାଧାରଣ ସମ୍ପାଦକ (ପ୍ରିୟଙ୍କା ଗାନ୍ଧି) ଅନୁଭବ କରିବେ ତାଙ୍କ ପଛରେ ଏକ ଶୃଙ୍ଖଳିତ ସେନା ଅଛି।”

ସେ ଆହୁରି କହିଛନ୍ତି ଯେ, ଆମେ ଲୋକଙ୍କୁ ମେସେଜ୍‌ ଦେବାକୁ ଚାହୁଁଛୁ ପ୍ରିୟଙ୍କା ଗାନ୍ଧି ଭାରତୀୟ ମହିଳାଙ୍କ ପ୍ରତିନିଧି ଏବଂ ମହିଳାଙ୍କ ବିରୋଧରେ ଅପରାଧ ବନ୍ଦ ହେବା ଦରକାର।”

ପ୍ରିୟଙ୍କା ସେନାର ସାର୍ଟରେ ଲେଖାଯାଇଛି, “ଦେଶର ସମ୍ମାନ ପାଇଁ ପ୍ରିୟଙ୍କାଜୀ ମୈଦାନକୁ ଓହ୍ଲାଇଛନ୍ତି। ସମ୍ମାନ ଦେବେ, ଆବଶ୍ୟକ ହେଲେ ନିଜ ଜୀବନ ବି ଦେବେ।’’

ଦଳ ପକ୍ଷରୁ କୁହାଯାଇଛି, “ଆଜି ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧି ଏକ ମେଗା ରୋଡ ଶୋ’ କରିବେ। ୩୦ କି.ମି.ର ଏହି ରୋଡ ଶୋ’ ଲକ୍ଷ୍ନୌର କିଛି ଅତ୍ୟଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଦେଇ ଯିବ। ରୋଡ ଶୋ’ ପରେ ସେ ଏକ ଜନସଭାରେ ଉଦବୋଧନ ଦେବେ। ଏହାପରେ ସେ ଦିଲ୍ଲୀ ଫେରିବେ। ପରେ ସେ ପୂର୍ବ ଉତ୍ତରପ୍ରଦେଶର ଅନ୍ୟ କ୍ଷେତ୍ରକୁ ଯିବେ।”



from Odisha Reporter http://bit.ly/2UTpmR3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages