ଜେଲ ଭିତରେ ‘ଲାଉଡ୍‌ ସ୍ପିକର’ କହୁଛି କଏଦୀଙ୍କ କାହାଣୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଜେଲ ଭିତରେ ‘ଲାଉଡ୍‌ ସ୍ପିକର’ କହୁଛି କଏଦୀଙ୍କ କାହାଣୀ…

ମୁମ୍ୱାଇ: ଜେଲରେ ରହୁଥିବା କଏଦୀଙ୍କ ଦୁର୍ଦ୍ଦିନର କହାଣୀ କଥା ଆପଣ ଜାଣିଥିବେ। ଯେଉଁଠି କାଳ କୋଠରୀରରେ ଅପରାଧୀମାନଙ୍କ ଜୀବନ ଏକ ଅନ୍ଧାରୀମୂଲକ ସହ ସମାନ। ନିଜ କଲା କର୍ମର ଫଳକୁ ସେଠାରେ ତାଙ୍କୁ ଭୋଗିବାକୁ ପଡ଼େ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଜେଲ୍‌ ବିଷୟରେ ଜଣାଇବୁ ଯେଉଁଠିକାର ଚିତ୍ର କିଛି ଅଲଗା। ଯେଉଁ ଜେଲ ଭିତରେ ରହିଛି ଏକ ରେଡିଓ ଷ୍ଟେସନ। ଯାହାକୁ କଏଦୀମାନେହିଁ ଚଳାଇଥାନ୍ତି।

ମୁମ୍ୱାଇର ତଲୋଜା ଅଞ୍ଚଳରେ ଥିବା ଏହି ଜେଲ୍‌ରେ ଦିନ ୧୨ଟା ବାଜିଲେ ଲାଉଡ୍‌ସ୍ପିକର୍‌ ସ୍ୱର ଶୁଣିବାକୁ ମିଳିଥାଏ। ଜେଲ ଭିତର ଜୀବନ କେତେ ଦୁଃଖ ଆଉ କେତେ ଶୁଖ ତା’ର ପ୍ରତିଟି କଥା ଏହି ଲାଉଡ୍‌ ସ୍ପିକର୍‌ ହିଁ ବତାଇଥାଏ। ଆଉ ତା’ସହିତ କିଶୋର କୁମାରଙ୍କ ସ୍ୱରରେ ଗୀତ ମଧ୍ୟ ଶୁଣିବାକୁ ମିଳିଥାଏ। ଯାହାକୁ ଶୁଣି କଏଦୀଟିଏ ଦୁଃଖ ଭୁଲି ଯାଏ। ଆଉ ହସଖୁସିରେ ଦିନ ବିତିଯାଏ।  ମୁମ୍ୱାଇ ପରି ମୋଟ୍ରୋପୋଲିଟାନ୍‌ ଅଞ୍ଚଳରେ ପ୍ରଥମଥର ପାଇଁ ଜେଲରେ ଏମିତି ଅଭିନବ ପଦକ୍ଷେପ ନିଆଯାଇଛି।

ଜେଲ୍‌ର ସୁପରିଟେଣ୍ଡ୍‌ କୌସ୍ତୁଭ୍‌ କୁର୍ଲେକର୍‌ଙ୍କ କହିବା ଅନୁସାରେ,“ସଙ୍ଗୀତ ଆତ୍ମା ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ କଏଦୀଙ୍କ ଚିନ୍ତା ଦୂର କରିବାର କାର୍ଯ୍ୟ କରିଥାଏ। ଜେଲ୍‌ରେ ରେଡିଓ ଷ୍ଟେସନ୍‌ କରିବାର ଆଇଡିଆ ବହୁ ପୂର୍ବରୁ ନିଆଯାଇଥିଲା କିନ୍ତୁ ଏଥିପାଇଁ ଟେକ୍‌ନିକାଲ୍‌ ସାହାଯ୍ୟର ଆବଶ୍ୟକତା ଥିଲା।”
ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ମୁମ୍ୱାଇର ଏକ ଏନ୍‌ଜିଓ ସଂସ୍ଥା ପକ୍ଷରୁ  ମିକ୍ସର, ଲାପଟପ୍‌ ଓ ମାଇକ୍ରୋଫୋନ୍‌ ପରି ଇକୁଇପ୍‌ମେଣ୍ଟ ଯୋଗାଇ ଦିଆଯାଇଥିଲା। ଏହା ସହିତ ଏହି ଏନ୍‌ଜିଓ କଏଦୀଙ୍କୁ ଟ୍ରେନିଂ ଦେବା ପାଇଁ ସାଉଣ୍ଡ୍‌ ଇଞ୍ଜିନିୟର୍‌ଙ୍କର ବ୍ୟବସ୍ଥା ମଧ୍ୟ କରିଥିଲେ।
ବର୍ତ୍ତମାନ ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ତିନିଜଣିଆ ଟିମ୍‌ ଏକ ଘଣ୍ଟାର ଶୋ’ କରିଥାନ୍ତି। ଏଥିରେ ଜଣେ ରେଡିଓ ଜକି, ସ୍କ୍ରିପ୍ଟ ରାଇଟର୍‌ ଓ ଜଣେ ସିଷ୍ଟମ ଅପରେଟର୍‌ ରହିଥାନ୍ତି।
ଅଭିନେତା ସଞ୍ଜୟ ଦତ୍ତ ଥିଲେ ଆର୍‌ଜେ୧୯୯୩ରେ ମୁମ୍ୱାଇ ବ୍ଲାଷ୍ଟ୍‌ କେସ୍‌ରେ ଅଭିନେତା ସଞ୍ଜୟ ଦତ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ୟେରୱାଡ଼ା ଜେଲରେ ତାଙ୍କୁ ସଜା କାଟିବାକୁ ପଡ଼ିଥିଲା। ଏହି ଜେଲ୍‌ରେ ମଧ୍ୟ ରେଡିଓ ଷ୍ଟେସନ୍‌ ରହିଥିଲା। ଯେଉଁଥିରେ ଅଭିନେତା ସଞ୍ଜୟ ଦତ୍ତ ରେଡିଓ ଜକି ରହିଥିଲେ।



from Odisha Reporter http://bit.ly/2Gl9IL1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages