ସହିଦ୍‌ଙ୍କ ଦାଦାଙ୍କୁ ବିଜେଡି ବିଧାୟକ ତଣ୍ଟିଆ ମାରିବା ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ସହିଦ୍‌ଙ୍କ ଦାଦାଙ୍କୁ ବିଜେଡି ବିଧାୟକ ତଣ୍ଟିଆ ମାରିବା ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନଙ୍କ ପ୍ରତି ସମଗ୍ର ଦେଶ ସମବେଦନା ଜଣାଉଛି। ସହିଦଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ତେବେ ନିଆଳିର ସହିଦ୍‌ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ବେଳେ ବିଜେଡି ବିଧାୟକଙ୍କ ଘୃଣ୍ୟ ଆଚରଣ ସବୁସୀମା ଡେଇଁଯାଇଛି। ସହିଦଙ୍କ ସଂପର୍କୀୟ ଦାଦାଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତଣ୍ଟିଆମରା ଘଟଣା ଏବେ ସବୁଠି ଆଲୋଚ୍ୟ ବିଷୟ ପାଲଟିଛି। ଯଦିଓ ବିଧାୟକ ଏହି ଘଟଣାରେ ନିଜେ କ୍ଷମା ମାଗିଛନ୍ତି ତଥାପି ଲୋକେ ଏହାକୁ ଆଦୌ ସହଜରେ ଗ୍ରହଣ କରିପାରିନାହାନ୍ତି। ଦେଶ ପାଇଁ ଯେଉଁ ପରିବାରର ସଦସ୍ୟ ନିଜକୁ ବଳି ଚଢ଼ାଇଦେଉଛନ୍ତି ସେହି ପରିବାରର ଲୋକଙ୍କୁ ଶାସକ ଦଳର ବିଧାୟକଙ୍କ ଏମିତି ଆଚରଣକୁ ଲୋକେ ତୀବ୍ର ନିନ୍ଦା କରିଛନ୍ତି।

ଏହା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଖବରଟି କେବଳ ଆଞ୍ଚଳିକ ଗଣମାଧ୍ୟମରେ ସୀମିତ ହୋଇ ରହିନାହିଁ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷ ପାଲଟିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ତଥା ବୈଦ୍ୟୁତିକ, ଛାପା ଏବଂ ୱେବ୍‌ ପୋର୍ଟାଲରେ ଏହି ଖବର ଗରୁତ୍ୱ ଦେଇ ସ୍ଥାନିତ କରିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ୍‌ରେ ଏସମ୍ପର୍କରେ ଶୀର୍ଷକ ରହିଛି “Cuttack BJD MLA manhandles man during last rites of CRPF jawan, apologises later”।

ଟାଇମ୍‌ସ୍‌ ନାଉ ନ୍ୟୁଜ୍‌ ଡଟ୍‌ କମ୍‌ରେ ଏ ସମ୍ପର୍କିତ ଫଟୋ ସହ ଖବର ପ୍ରକାଶ ପାଇଛି । ଯାହାର ଶୀର୍ଷକ ରହିଛି “SHAMEFUL! Odisha BJD MLA manhandles kin of CRPF jawan martyred in Pulwama terror attack ”। ସେହିପରି ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌ରେ “BJD MLA Debashish Samantaray ” ଶୀର୍ଷକ ଫଟୋ ସହ ଖବର ରହିଛି। ଏନ୍‌ଡିଟିଭି ଇଣ୍ଡିଆ(ହିନ୍ଦୀ)ରେ “पुलवामा हमले में शहीद जवान के अंतिम संस्कार के दौरान विधायक ने की रिश्तेदार से धक्का-मुक्की” ଶୀର୍ଷକ ଖବର ପ୍ରକାଶ ପାଇଛି।

ସେହିପରି ଅନ୍ୟ ଏକ ଗଣମାଧ୍ୟମ ନ୍ୟାଶନାଲ ହେରାଲଡ୍‌ରେ ମଧ୍ୟ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଯାହାର ଶୀର୍ଷକ ହେଉଛି “Pulwama: BJD MLA manhandles kin of martyred CRPF trooper in Odisha”। ଏମିତି ବିଭିନ୍ନ ଗଣମାଧ୍ୟମରେ ବିଧାୟକଙ୍କ ଏହି ଅମାନବୀୟ ଆଚରଣ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଉଛି।

ସୂଚନା ଅନୁଯାୟୀ, ନିଆଳିର ରତନପୁରରେ ସହିଦ୍‌ ମନୋଜ୍‌ ବେହେରାଙ୍କ ଶେଷକୃତ୍ୟ ଚାଲିଥିବା ବେଳେ ମନୋଜଙ୍କ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ କଫିନ ପାଖରେ ଧକ୍କା ମାରିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ପରେ ଏହା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହେବାରୁ ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟ କ୍ଷମା ମାଗିଛନ୍ତି। କହିଛନ୍ତି, ଅଜାଣତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରୁଛି । ସେ କହିଛନ୍ତି ଯେ, ସହିଦ୍‌ଙ୍କ ଅନ୍ତିମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ । ତେଣୁ ସେ ତାଙ୍କୁ ଟାଣି ଆଣି ବସାଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସଂପର୍କୀୟ ବୋଲି ସେ ଜାଣି ନଥିବା କହିଛନ୍ତି।



from Odisha Reporter https://ift.tt/2IrTjpS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages