
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଫେବୃଆରୀ ୨୪ରୁ ୨୬ତାରିଖ ମଧ୍ୟରେ ଓଡ଼ିଶାର ଉତ୍ତର ଏବଂ ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବାର ଆଶଙ୍କା ମଧ୍ୟ ରହିଛି।
ଉତ୍ତର ଭାରତରେ ଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଏଭଳି ପାଗ ସୃଷ୍ଟି ହେବାର ହେବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ରର ଆକଳନ ଅନୁଯାୟୀ, ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ପ୍ରଭାବ ଫେବୃଆରୀ ୨୩ରୁ ଅନୁଭୂତ ହେବ। ଏହାର ପ୍ରଭାବରେ ବଲାଙ୍ଗିର, ସୋନ୍ପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା ଏବଂ କଟକରେ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଫେବୃଆରୀ ୨୫ ଏବଂ ୨୬ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ଥିବା କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ସମୟରେ କୁଆ ପଥର ମାଡ଼ ହେବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ଅନୁଭୂତ ହେବ। ଦିନର ତାପମାତ୍ରା ୩୫ ଡିଗ୍ରୀ ମଧ୍ୟ ଛୁଇଁବାର ସମ୍ଭାବନା ରହିଛି। କିନ୍ତୁ ୨୪ ତାରିଖରୁ ତାପମାତ୍ରା କମିପାରେ । ସେହିପରି ଫେବୃଆରୀ ୨୧ ତାରିଖ ସକାଳେ କୁହୁଡ଼ିର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ।
from Odisha Reporter https://ift.tt/2SXI1Or
No comments:
Post a Comment