
ମୁମ୍ୱାଇ: ଭାରତୀୟ ଦେଶାତ୍ମବୋଧକ ଫିଲ୍ମରେ ଯଦି ଏବେ ପାକିସ୍ତାନୀ ଗାୟକଙ୍କ କଣ୍ଠ ଶୁଣାଯାଏ, ହଠାତ୍ ଆପଣଙ୍କୁ କେମିତି ଲାଗିବ ? ନିଶ୍ଚିତ ଘଟଣା ଶୁଣିଲେ ଆପଣ ଟିକେ ନାକ ଟେକିବେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ୨ ଦେଶ ମଧ୍ୟରେ ସମ୍ପର୍କ ଏତେ ବିଗିଡି ଯାଇଛି ଯେ, ଆମ ଦେଶର ଲୋକେ ପାକିସ୍ତାନର ନାଁ ଶୁଣି ଚିହିଁକି ଉଠୁଛନ୍ତି।
ନିକଟରେ ସଲମାନ୍ଙ୍କ ଫିଲମ୍ ‘ଭାରତ’କୁ ନେଇ ସେମିତି କିଛି ତୁମ୍ବିତୋଫାନ ଆରମ୍ଭ ହୋଇଥିଲା। ସଲମାନ୍ ଖାନ୍ଙ୍କ ଏହି ଫିଲ୍ମରେ ପାକିସ୍ତାନୀ ଗାୟକ ଆତିଫ୍ ଅସଲମ୍ ଓ ରାହତ ଫତେ ଅଲ୍ଲୀ ଖାନ୍ କଣ୍ଠଦାନ କରିବେ ବୋଲି ଚର୍ଚ୍ଚା ହେଲା। ଯାହାକୁ ନେଇ ସମସ୍ତେ ଆଲୋଚନା କଲେ। ପୁଲୱାମା ଆକ୍ରମଣ ପରେ ସଲମାନ୍ ଏହି ଦୁଇ ଗାୟକଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ବ୍ୟାନ୍ କରିଛନ୍ତି ଏବଂ ନିଜେ ଫିଲ୍ମରେ ଗୀତ ଗାଇବେ ବୋଲି ମଧ୍ୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲା।
କିନ୍ତୁ ତାଜା ସୂଚନା ଅନୁସାରେ ସଲମାନ୍ଙ୍କ ଫିଲ୍ମରେ କୌଣସି ପାକିସ୍ତାନୀ ଗାୟକଙ୍କ ଗୀତ ବୋଲିବାର ହିଁ ନ ଥିଲା। ଏହି ଦୃଷ୍ଟିରେ ପାକିସ୍ତାନୀ ଗାୟକଙ୍କୁ ଫିଲ୍ମରୁ ହଟାଇବା ପ୍ରଶ୍ନ ହିଁ ଉଠୁନି। ସଲମାନ୍ ତାଙ୍କ ଫିଲ୍ମ ପାଇଁ କୌଣସି ପାକିସ୍ତାନୀ ଗାୟକଙ୍କୁ ସାଇନ୍ କରି ନ ଥିଲେ ମଧ୍ୟ ମିଡିଆରେ ମିଛ ଖବର ପ୍ରସାରିତ ହୋଇଥିଲା ବୋଲି ଜଣାପଡିଛି।
from Odisha Reporter https://ift.tt/2Itk3qh
No comments:
Post a Comment