କୋହଳ ହେଲା କର୍ଫ୍ୟୁ, ଜମ୍ମୁରେ ଜୀବନଯାତ୍ରା ସ୍ୱାଭାବିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

କୋହଳ ହେଲା କର୍ଫ୍ୟୁ, ଜମ୍ମୁରେ ଜୀବନଯାତ୍ରା ସ୍ୱାଭାବିକ

ଜମ୍ମୁ: ପୁଲ୍‌ୱାମା ଆକ୍ରମଣକୁ ସପ୍ତାହେ ବିତିଯାଇଥିବାବେଳେ ଗୁରୁବାର ଜମ୍ମୁରୁ ଦିନବେଳା କର୍ଫ୍ୟୁ ଉଠାଇ ଦେଇଛି ପ୍ରଶାସନ। ପୁଲ୍‌ୱାମା ଆକ୍ରମଣକୁ ନେଇ ଏହି ଅଞ୍ଚଳରେ ବିକ୍ଷୋଭ ଦେଖାଯାଇଥିବାରୁ କୌଣସି ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଜାରି କରାଯାଇଥିଲା। ତେବେ ବର୍ତ୍ତମାନ ସ୍ଥିତି ସୁଧୁରିଥିବାରୁ ଏହି କଟକଣା ନିର୍ଦ୍ଦେଶକୁ କୋହଳ କରାଯାଇଥିବା ଜଣାପଡିଛି।

ଏହି ବର୍ବର ଆକ୍ରମଣ ଘଟଣା ପରେ ଯାନବାହନ ଚଳାଚଳଠାରୁ ଆରମ୍ଭ କରି ସ୍କୁଲ କଲେଜ ବନ୍ଦ ରହିଥିବାବେଳେ ଆଜି ଏସବୁ ପୁଣିଥରେ ଖୋଲିଛି। ସପ୍ତାହକର କଟକଣା ପରେ ବଜାର ଏବଂ ଅନ୍ୟସ୍ଥାନରେ ପୁଣିଥରେ ଜନଗହଳି ଦେଖିବାକୁ ମିଳୁଛି।

ଅଘଟଣକୁ ଏଡ଼ାଇବା ପାଇଁ ଜମ୍ମୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ରମେଶ କୁମାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଥମେ ଦିନ ୨ଟା ଯାଏ ଏହା କୋହଳ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପରେ ୬ଟାଯାଏ ଏହାକୁ ବୃଦ୍ଧି କରିଥିଲେ।

କିନ୍ତୁ ପୂର୍ବରୁ ଦିଆଯାଇଥିବା କଟକଣା ନିର୍ଦ୍ଦେଶ ବଳବତ୍ତର ରହିବ। ସକାଳେ ପୁଲିସ ସହରସାରା ବୁଲି କର୍ଫ୍ୟୁ କୋହଳ କରିଥିବା ଜଣାଯାଇଛି। ୨ଜି ମୋବାଇଲ ଇଣ୍ଟରନେଟ୍‌ ପୁଣି ଯୋଗାଇ ଦିଆଯାଇଥିବାବେଳେ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ପୂର୍ବ ସୂଚନା ଅନୁଯାୟୀ ହେବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପରିଚୟ ପତ୍ର ସେମାନଙ୍କର କର୍ଫ୍ୟୁ ପାଶ୍‌ ଭାବରେ କାମ କରିବ।



from Odisha Reporter https://ift.tt/2ShqMTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages