
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ମହିଳାଠାରୁ ୩-୦ରେ ଟି-୨୦ ସିରିଜ୍ ହାରିବା ସତ୍ତ୍ୱେ ଭାରତୀୟ ମହିଳା ଦଳର ଦୁଇ ତାରକା ବ୍ୟାଟସ୍ଓମ୍ୟାନ୍ଙ୍କ ରାଙ୍କିଙ୍ଗରେ ଆଶାତୀତ ଉନ୍ନତି ହୋଇଛି। ମହିଳା ଦଳର ଓପନର ସ୍ମୃତି ମନ୍ଧାନା ଓ ୩ ନଂରେ ବ୍ୟାଟିଂ କରୁଥିବା ଜେମିମା ରୋଡ୍ରିଗ୍ସ ଆଇସିସି ବ୍ୟାଟିଂ ତାଲିକାରେ ୪ଟି ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ଜେମିମା ୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚିଥିବା ବେଳେ ମନ୍ଧାନା ୬ ନଂ ସ୍ଥାନରେ ରହିଛନ୍ତି।
ଜେମିମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ମ୍ୟାଚ୍ରେ ୧୩୨ ରନ୍ ହାସଲ କରିଥିବାରୁ ତାଙ୍କୁ ଏଭଳି ସଫଳତା ମିଳିଛି। ସେହିପରି ମନ୍ଧାନା ସିରିଜ୍ରେ ୧୮୦ ରନ୍ ସ୍କୋର କରିଥିଲେ। ଗତ ସପ୍ତାହରେ ଦିନିକିଆ ରାକିଙ୍ଗର ୧ ନଂ ବ୍ୟାଟସ୍ଓମ୍ୟାନ୍ ପାଲଟିଥିବା ଷ୍ଟାଇଲିଶ ମନ୍ଧାନା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ।
ଟି-୨୦ ବ୍ୟାଟସ୍ଓମ୍ୟାନ୍ ତାଲିକାର ୧ ନଂ ସ୍ଥାନରେ ୭୬୫ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ରହିଛନ୍ତି।
ଅନ୍ୟପକ୍ଷରେ ବୋଲିଂରେ ଟପ୍ ଟେନ୍ ଦୁଇ ଜଣ ଭାରତୀୟ ରହିଛନ୍ତି। ପୂର୍ବପରି ପୁନମ ଯାଦବ ରାଙ୍କିଙ୍ଗର ୨ ନଂ ସ୍ଥାନରେ ଥିବା ବେଳେ ପ୍ରଥମଥର ପାଇଁ ସ୍ପିନର ରାଧା ଯାଦବ ଟପ୍ ଟେନ୍ରେ ପ୍ରବେଶ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪ଟି ୱିକେଟ୍ ନେଇଥିବାରୁ ୧୮ ତମ ସ୍ଥାନରୁ ଲମ୍ଫ ମାରି ୧୦ ନଂରେ ପହଞ୍ଚିଛନ୍ତି। ସେହିପରି ଦୀପ୍ତି ଶର୍ମା ୫ଟି ସ୍ଥାନ ଉପରକୁ ଉଠି ବୋଲିଂ ରାଙ୍କିଙ୍ଗର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।
ବୋଲିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ୭୯୬ ପଏଣ୍ଟ ସହ ଅଷ୍ଟ୍ରେଲିଆର ମେଗାନ ସ୍କଟ ରହିଛନ୍ତି।
from Odisha Reporter http://bit.ly/2GDQI9Q
No comments:
Post a Comment