କିଏ ଖାଇଲା ଦଳର ୯ କୋଟି, ଖୋଳତାଡ଼ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

କିଏ ଖାଇଲା ଦଳର ୯ କୋଟି, ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଦଳରେ ଏବେ କୁଆଡ଼େ ୯କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଟେକ୍ନୋଲୋଜି ମାଧ୍ୟମରେ ଦଳର ସନ୍ଦେଶ ଓ ଦଳର ବଡ଼ନେତାଙ୍କୁ ସାଧାରଣ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ଏକ ଅଭିଯାନରେ କୁଆଡ଼େ ଏଭଳି ବଡ଼ଧରଣର ଘୋଟାଲା ହୋଇଛି। ଘୋଟାଲା ହୋଇଥିବା ପାଣ୍ଠିର ପରିମାଣ ବେଶ୍ ଅଧିକ ହୋଇଥିବାରୁ ଏହି ଘଟଣାକୁ ବାହାରେ ସାର୍ବଜନୀନ କଲେ ତାହା ନିର୍ବାଚନୀ ବର୍ଷରେ ଦଳ ପାଇଁ ହିଁ ବୁମେରାଂ ହେବ, ସେଇ ଆଶଙ୍କାରେ ଦଳର ଷ୍ଟ୍ରାଟେଜିମେକରମାନେ କୁଆଡ଼େ ନିରବତା ଅବଲମ୍ବନ କରୁଛନ୍ତି।

ଚର୍ଚ୍ଚା ହେଉଛି, ଦଳର ସ୍ଥିତି ଭଲ ନଥିବା ଜିଲ୍ଲାରେ ପ୍ରତ୍ୟେକ ପରିବାର ନିକଟରେ ଟେକ୍ନୋଲୋଜି ମାଧ୍ୟମରେ ଦଳର ବଡ଼ନେତାଙ୍କ ଝଲକ ଓ ବାଣୀ ପହଞ୍ଚାଇବା ପାଇଁ ଏକ ଅଭିଯାନ ଯୋଜନା ହୋଇଛି। ତା’ଛଡ଼ା ଅନ୍ୟ ଏକ କାର୍ଯ୍ୟକ୍ରମ ମଧ୍ୟ ରାଜ୍ୟବ୍ୟାପୀ କରାଯାଉଛି। ଏହି ଦୁଇଟି ଯାକ କାର୍ଯ୍ୟକ୍ରମ କୁଆଡ଼େ ଟେକ୍ନୋଲୋଜି ଆଧାରିତ ଓ ଏଥିପାଇଁ ହାଇଦ୍ରାବାଦର ଏକ ସଂସ୍ଥା ସହ ବୁଝାମଣା ହୋଇଛି। ଟେକ୍ନୋଲୋଜି ସହାୟତା ଦେଇଥିବା ସଂସ୍ଥା ସହ ଡିଲ୍ କରିଥିବା ବ୍ୟକ୍ତିଜଣକ ( ଯିଏ କି ଦଳରେ ବେଶ ପ୍ରଭାବଶାଳୀ) କୁଆଡ଼େ ଏଥିପାଇଁ ମୋଟା ଅଙ୍କର ପାଣ୍ଠିକୁ ଚଳୁ କରିଦେଇଛନ୍ତି। ନିର୍ବାଚନ ପ୍ରଚାରରେ ଏହି ଟେକ୍ନୋଲୋଜିକୁ ସମ୍ପୃକ୍ତ ଦଳ ହିଁ ସର୍ବପ୍ରଥମେ ଉପଯୋଗ କରୁଛି ତଥା ଏହା ବିଶ୍ୱରେ କୌଣସି ସ୍ଥାନରେ ଉପଯୋଗ ହୋଇନି ବୋଲି ଦଳର ଷ୍ଟ୍ରାଟେଜିମେକରଙ୍କୁ ‘ଦିନରେ ଲଣ୍ଠନ ଦେଖାଇ’ ସମ୍ପୃକ୍ତ ବ୍ୟକ୍ତିିଜଣକ କୁଆଡ଼େ ପ୍ରଭାବିତ କରିବା ପରେ ଏହି ପାଣ୍ଠି ହାତେଇ ନେଇଥିଲେ।

କିନ୍ତୁ ଏହି ‘ଟେକ୍ନୋଲୋଜି’ ପାଇଁ ଏତେ ପରିମାଣର ପାଣ୍ଠି ସମ୍ପୃକ୍ତ କୁହାଳିଆ ବ୍ୟକ୍ତିଜଣକ ହାତେଇ ନେଇଥିବା ଜଣାପଡ଼ିବା ପରେ ଦଳର ଅନ୍ୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି କୁଆଡ଼େ ସ୍ୱର ଉଠାଇଛନ୍ତି। ଦୁଇଜଣ ଯାକ ରାଜନୀତିରେ ପାଦ ରଖିବାର ଅଳ୍ପ ଦିନ ମଧ୍ୟରେ ନିଜ ନିଜର ଭାଉ ବଢ଼ାଇବାରେ ବେଶ ସଫଳ ହୋଇଛନ୍ତି। ତେଣୁ ଟେକ୍ନୋଲୋଜି ଆଳ ଦେଖାଇ ଜଣେ ଏତେ ପରିମାଣର ପାଣ୍ଠି ହାତେଇବା କୁଆଡ଼େ ଅନ୍ୟଜଣଙ୍କ ପାଇଁ ଅସହ୍ୟ ହେଲା। ଆଉ ସିଏ କୁଆଡ଼େ ଏହି କଥାକୁ ଦଳର ଷ୍ଟ୍ରାଟେଜିମେକରଙ୍କ କାନରେ ପକାଇ ଦେଇଛନ୍ତି। ଯାହାପରେ ହିଁ ଏହି ପାଣ୍ଠିକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ଶୁଣିବାକୁ ମିଳୁଛି, ଭୋଟରଙ୍କ ପାଖରେ ଦଳର ବଡ଼ନେତାଙ୍କୁ ପହଞ୍ଚାଇବା ପାଇଁ ଯେଉଁ ଟେକ୍ନୋଲୋଜି ଏବେ ଉପଯୋଗ ହେଉଛି ସେଥିନିମନ୍ତେ କୁଆଡ଼େ ଅତିବେଶୀରେ ଦେଢ଼ କୋଟିରୁ ସାଢ଼େ ୩କୋଟି ଟଙ୍କା ଖର୍ଚ୍ଚ ହେବ। ମାତ୍ର ଏହି କୁହାଳିଆ ଓ ଭଦ୍ରମୁଖାଧାରୀ ବ୍ୟକ୍ତିଜଣକ କୁଆଡ଼େ ୧୨କୋଟି ଟଙ୍କା ନେଇଯାଇଛନ୍ତି। ଏତେ ପରିମାଣର ପାଣ୍ଠି କିଭଳି ସମ୍ପୃକ୍ତ ବ୍ୟକ୍ତିଙ୍କଠୁ ଫେରସ୍ତ ଅଣାଯିବ ଓ ତାଙ୍କୁ ଆଗାମୀ ଦିନରେ କୌଣସି ଆର୍ଥିକ ବ୍ୟାପାରରେ ଜଡ଼ିତ କରାନଯିବ ସେନେଇ ଏବେ ଷ୍ଟ୍ରାଟେଜୀ ପ୍ଲାନ କରାଯାଉଥିବା ଚର୍ଚ୍ଚା।



from Odisha Reporter http://bit.ly/2TFtvYB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages