ଭାଲେଣ୍ଟାଇନ୍‌ ଡେ’ରେ ପରଦାକୁ ଆସୁଛି ‘ଗଲି ବୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଭାଲେଣ୍ଟାଇନ୍‌ ଡେ’ରେ ପରଦାକୁ ଆସୁଛି ‘ଗଲି ବୟ’

ମୁମ୍ବାଇ: ଆସନ୍ତାକାଲି ପ୍ରେମ ଦିବସରେ ପରଦାକୁ ଆସିବ ରଣବୀର ସିଂହ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ବହୁଚର୍ଚ୍ଚିତ ନୂଆ ହିନ୍ଦି ଫିଲ୍ମ ‘ଗଲି ବଏ’। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିବ। ଫିଲ୍ମରେ ଜଣେ ଷ୍ଟ୍ରିଟ୍ ରାପର୍‌ ଭାବେ ଦର୍ଶକଙ୍କ ଆଗକୁ ଆସିବେ ରଣବୀର। ଏଥିରେ ତାଙ୍କ ସହ ଅଛନ୍ତି, ଆଲିୟା ଭଟ୍ଟ। ଫିଲ୍ମର ଅନେକ ଗୁଡ଼ିଏ ଗୀତରେ ରଣବୀର ନିଜ କଣ୍ଠ ଦେଇଛନ୍ତି। ସବୁଥରର ଆକ୍ସନ ଫିଲ୍ମରୁ ଏହି ଫିଲ୍ମଟି ନିଶ୍ଚୟ ଅଲଗା ଭଳି ଜଣାପଡ଼ୁଛି।ଫିଲ୍ମର ଅଫିସିଆଲ ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ୟୁଟ୍ୟୁବ୍‌ରେ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ କରିଥିଲେ। ଟ୍ରେଲରରେ ରଣବୀରଙ୍କ ରାପ୍ ଷ୍ଟାଇଲକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏଥିସହ ପ୍ରଥମଥର ପାଇଁ ଆଲିଆ ଏବଂ ରଣବୀର ସିଂହ ସ୍କ୍ରିନ୍ ସେୟାର କରିଛନ୍ତି। ଫିଲ୍ମରେ ରଣବୀରଙ୍କୁ ଜଣେ ଷ୍ଟ୍ରଗଲର ଭାବେ ଉପସ୍ଥାପିତ କରାଯାଇଛି। ଜଣେ ଭଲ ରାପର୍ ହେବାକୁ ଚାହୁଁଥିବା ରଣବୀର କିଭଳି ଗଲିବୟରୁ ରାପର୍ ହୋଇପାରିଛନ୍ତି ତାହା ହେଉଛି ଏହି ପିଲ୍ମର କାହାଣୀ। ଏଥିରେ ରହିଛି ଭରପୁର ଫ୍ୟାମଲି ଡ୍ରାମା। ସବୁ ଦୃଷ୍ଟିରୁ କହିବାକୁ ଗଲେ ଏହାକୁ ଯୁବଗୋଷ୍ଠୀ ବେଶ୍ ପସନ୍ଦ କରୁଛନ୍ତି। ଆଶା କରାଯାଉଛି, ଆସନ୍ତାକାଲି ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ’ ଅବସରରେ ଫିଲ୍ମଟି ପରଦାକୁ ଆସିବା ପରେ ଦର୍ଶକ ଏହାର ମଜା ନେଇପାରିବେ। (ଦେଖନ୍ତୁ ଭିଡିଓ)



from Odisha Reporter http://bit.ly/2SIA1k8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages