ଇରାନୀ କପ୍‌: ଦ୍ୱିତୀୟ ଦିନରେ ବିଦର୍ଭ ୨୪୫/୬, ଆଗରେ ରହିଛି ଅବଶିଷ୍ଟ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଇରାନୀ କପ୍‌: ଦ୍ୱିତୀୟ ଦିନରେ ବିଦର୍ଭ ୨୪୫/୬, ଆଗରେ ରହିଛି ଅବଶିଷ୍ଟ ଭାରତ

ନାଗପୁର: ରଣଜୀ ଚାମ୍ପିୟନ ବିଦର୍ଭ ଓ ଅବଶିଷ୍ଟ ଭାରତ ମଧ୍ୟରେ ଚାଲିଥିବା ଇରାନୀ କପ୍‌ର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅବଶିଷ୍ଟ ଭାରତର ପ୍ରଥମ ଇନିଂସ୍‌ର ସ୍କୋର ୩୩୦ ଜବାବରେ ବିଦର୍ଭ ୬ ୱିକେଟ୍‌ ହରାଇ ୨୪୫ ରନ୍‌ କରିଛି।

ଅର୍ଥାତ ବିଦର୍ଭ ଏବେ ବି ଅବଶିଷ୍ଟ ଭାରତର ପ୍ରଥମ ଇନିଂସ୍‌ ସ୍କୋରଠାରୁ ୮୫ ରନ୍‌ ଦୂରରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଅକ୍ଷୟ ୱାଡକର ୫୦ ଓ ଅକ୍ଷୟ କାରନେୱର ୧୫ ରନ୍‌ କରି ଅପରାଜିତ ରହିଛନ୍ତି।

ଅବଶିଷ୍ଟ ଭାରତ ଗତକାଲି ୩୩୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଆଜି ବିଦର୍ଭ ତା’ର ପ୍ରଥମ ଇନିଂସ୍‌ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍‌ ପାଇଁ ଅଧିନାୟକ ଫୈଜ ଫଜଲ ଓ ସଞ୍ଜୟ ରଘୁନାଥ ୫୦ ରନ୍‌ର ଭାଗୀଦାରି କରିଥିଲେ। ତେବେ ୨୭ ରନ୍‌ କରିଥିବା ଫଜଲଙ୍କୁ ଅବଶିଷ୍ଟ ଭାରତର କ୍ରିଷ୍ଣାନାପ୍ପା ଗୌଥମ ଆଉଟ୍‌ କରି ପ୍ରଥମ ସଫଳି ଦେଇଥିଲେ।

ଏହାପରେ ୧୫ ରନ୍‌ କରିଥିବା ଅଥରୱା ଟାଇଡେଙ୍କୁ ରାହୁଲ ଚହର ଆଉଟ୍‌ କରି ବିପଯର୍ଯ୍ୟ ସୃଷ୍ଟି କରିଥିଲେ। ତେବେ ଅନ୍ୟତମ ଓପନର ରଘୁନାଥ ଓ ଗଣେଶ ସତୀଶ ୩ୟ ୱିକେଟ୍‌ ପାଇଁ ସ୍ଥିତି ସମ୍ଭାଳିଥିଲେ। ଇତି ମଧ୍ୟରେ ରଘୁନାଥ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୪୬ ଥିବା ବେଳେ ରଘୁନାଥ ବ୍ୟକ୍ତିଗତ ୬୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।

ତାଙ୍କ ସ୍ଥାନରେ ଆସିଥିବା ମୋହିତ କାଲେ ମାତ୍ର ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସତୀଶ ଓ ଅକ୍ଷୟ ୱାଡକର କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ ଏହି ଯୋଡ଼ିକୁ ଧର୍ମେନ୍ଦ୍ର ସିଂହ ଜାଡେଜା ଭାଙ୍ଗି ଦେଇଥିଲେ। ଆଉଟ୍‌ ହେବା ବେଳକୁ ସେ ୪୮ ରନ୍‌ କରିଥିଲେ। ୧୫ ରନ୍‌ କରିଥିବା ଆଦିତ୍ୟ ସରୱେତଙ୍କୁ ଅଙ୍କିତ ରାଜପୁତ ଆଉଟ୍‌ କରି ବିଦର୍ଭକୁ ୬ଷ୍ଠ ଝଟ୍‌କା ଦେଇଥିଲେ। ତେବେ ଅକ୍ଷୟ ୱାଡକର ଓ ଅକ୍ଷୟ କରନେୱର ଦିନର ଖେଳ ଶେଷ ସୁଦ୍ଧା ଆଉ କୌଣସି କ୍ଷତି କରାଇବାକୁ ଦେଇ ନଥିଲେ।

ଅବଶିଷ୍ଟ ଭାରତ ପକ୍ଷରୁ ଗୌଥମ ଓ ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଅଙ୍କିତ ରାଜପୁତ ଏବଂ ରାହୁଲ ଚହର ଗୋଟିଏ ଲେଖାଏ ୱିକେଟ୍‌ ଦଖଲ କରିଛନ୍ତି।



from Odisha Reporter http://bit.ly/2SMRdF6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages