
ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁଲ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ପାକିସ୍ତାନକୁ କଡ଼ା ଜବାବ୍ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସେ ନୀରିହତାର ମୁଖା କାଢ଼ି ଫିଙ୍ଗି ଦେବାକୁ କହିଛନ୍ତି।
ପୁଲ୍ୱାମା ଆକ୍ରମଣକୁ ନିନ୍ଦା କରି ଓୱେସି କହିଛନ୍ତି, ପୁଲ୍ୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା। ଏହି ହମ୍ଲା ସହ ପାକିସ୍ତାନ ଜଡ଼ିତ। ପାକିସ୍ତାନ ସରକାର ପାକିସ୍ତାନ ସେନା ଏବଂ ଆଇଏସ୍ଆଇର ଯୋଜନା ଅନୁଯାୟୀ ଏହି ଆକ୍ରମଣକୁ ସଫଳ ରୂପ ଦେଇଛନ୍ତି।
ଏଥିସହ ଓୱେସି କହିଛନ୍ତି, ପାକିସ୍ତାନ ସରକାର, ପାକିସ୍ତାନ ସେନା ଏବଂ ଆଇଏସ୍ଆଇର ଯୋଜନା ଅନୁସାରେ ଏହି ଆକ୍ରମଣକୁ ସଫଳ ରୂପ ଦିଆଯାଇଛି। ସେ କହିଛନ୍ତି ଯେଉଁମାନେ ଆମ ୪୦ଜଣ ଯବାନଙ୍କୁ ମାରିଛନ୍ତି ସେମାନେ ଜୈଶ-ଇ-ମହମ୍ମଦ ନୁହେଁ ଜୈଶ-ଇ-ଶୈତାନ। କାରଣ ମହମ୍ମଦଙ୍କ ସୈନିକ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିପାରିବେନି। ସେମାନେ ମାନବତା ପ୍ରତି ଦୟାଳୁ ଥାଆନ୍ତି। ମାସୁଦ୍ ଆଝାର, ତୁମେ ମୌଲାନା ନୁହଁ, ତୁମେ ଶୈତାନ୍ର ଶିଷ୍ୟ। ଲସ୍କର-ଇ-ତାଇବା ନୁହେଁ ଲସ୍କର-ଇ-ଶୈତାନ୍।
ସୂଚନାଯୋଗ୍ୟ ଯେ, ପେବୃଆରୀ ୧୪ତାରିଖରେ ଆତଙ୍କବାଦୀ ହମ୍ଲାରେ ୪୦ଜଣ ଯବାନ ସହିଦ ହୋଇଯାଇଥିଲେ। ଜମ୍ମୁରୁ ଶ୍ରୀନଗର ଯାଉଥିବା ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ ଦ୍ୱାରା ଏଭଳି ହୃଦୟ ବିଦାରକ କାଣ୍ଡ ଘଟିଥିଲା।
from Odisha Reporter https://ift.tt/2GENmV7
No comments:
Post a Comment