ବିଶ୍ୱ ରେକର୍ଡ ସହ ଅଲିମ୍ପିକ୍‌ କୋଟା ହାସଲ କଲେ ସୌରଭ ଚୌଧୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ବିଶ୍ୱ ରେକର୍ଡ ସହ ଅଲିମ୍ପିକ୍‌ କୋଟା ହାସଲ କଲେ ସୌରଭ ଚୌଧୁରୀ

ନୂଆଦିଲ୍ଲୀ: ଭାରତୀୟ ଯୁବ ଶୁଟର୍‌ ସୌରଭ ତିୱାରୀ ଦିଲ୍ଲୀସ୍ଥ କର୍ଣ୍ଣି ଶୁଟିଂ ରେଞ୍ଜ୍‌ରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡ କପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ୧୬ ବର୍ଷୀୟ ସୌରଭ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୪୫ ପଏଣ୍ଟ ସହ ବିଶ୍ୱ ରେକର୍ଡ ସ୍ଥାପନ କରି ଦେଶ ପାଇଁ ତୃତୀୟ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି।

ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ସୌରଭ ଉକ୍ତ ଇଭେଣ୍ଟର ଫାଇନାଲରେ ଲଗାତାର ଭଲ ପ୍ରଦର୍ଶନ କରି ସର୍ବିୟାର ଦାମିର ମିକେଚ୍‌ଙ୍କୁ ପଛରେ ପକାଇଥିଲେ। ଦାମିର ୨୩୯.୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ କବ୍‌ଜା କରିଥିବା ବେଳେ ଚୀନ୍‌ର ୱେଇ ପାଙ୍ଗ ୨୧୫.୨ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୮ଜଣିଆ ପୁରୁଷଙ୍କ ମଧ୍ୟରେ ହୋଇଥିବା ଫାଇନାଲ୍‌ ମୁକାବିଲାରେ ସୌରଭ ଦବଦବା ବଜାୟ ରଖିଥିଲେ ଏବଂ ରୌପ୍ୟ ପଦକ ବିଜେତା ଶୁଟର୍‌ଙ୍କଠାରୁ ୫.୭ ପଏଣ୍ଟ ଆଗରେ ରହିଥିଲେ।

ଏହିପରି ଭାବେ ଅନ୍ତିମ ଶଟ୍ ପୂର୍ବରୁ ହିଁ ସେ ସ୍ୱର୍ଣ୍ଣ ପଦକ ସୁନିଶ୍ଚିତ କରିଥିଲେ। ଭଲ ଶୁଭାରମ୍ଭ ସତ୍ତ୍ୱେ ସୌରଭ ପ୍ରଥମ ସିରିଜ୍ ପରେ ସର୍ବିୟା ଶୁଟର୍‌ଙ୍କ ସହ ବରାବରରେ ଥିଲେ। ଦ୍ୱିତୀୟ ସିରିଜ୍‌ରେ ଏହି ଚାମ୍ପିଅନ୍ ଶୁଟର୍ ନିଜର ଫର୍ମ ବଜାୟ ରଖିଥିଲେ ଏବଂ ପ୍ରଥମ ସ୍ଥାନ ହାସଲ କରିଥିଲେ।

ଏହି ଇଭେଣ୍ଟରେ ଭାଗ୍ ନେଇଥିବା ଅନ୍ୟ ଭାରତୀୟ ଶୁଟର୍‌ଙ୍କ ମଧ୍ୟରେ ଅଭିଷେକ ବର୍ମା ଓ ରବିନ୍ଦର ସିଂହ ଫାଇନାଲକୁ କ୍ୱାଲିଫାଏ କରିବାରେ ବିଫଳ ହୋଇଥିଲେ। ଶନିବାର ଭାରତର ଅପୂର୍ବ ଚାଣ୍ଡେଲା ମଧ୍ୟ ବିଶ୍ୱ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅପୂର୍ବୀ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଏହି ସଫଳତା ହାସଲ କରିଥିଲେ।



from Odisha Reporter https://ift.tt/2NqAhyZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages