ପୁରୀରେ ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ପୁରୀରେ ବାଲି ଚୋରା ଚାଲାଣ ରାକେଟ୍‌ ସକ୍ରିୟ

puri-6778

ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବାଲି ଚୋରା ଚାଲାଣ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାତି ଅଧରେ ଟ୍ରକ୍‌ ଯୋଗେ ବଳିଆପଣ୍ଡା ଲାଇଟହାଉସ୍‌ ବେଳାଭୂମିରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ଓ ସେସୁ ଇଞ୍ଜିନିୟର ଚଢ଼ଉ କରିଥିଲେ। ଚଢଉ ବେଳେ ୧୫ଟି ଟ୍ରକ, ୨ଟି ଜେସିବି ଓ ଗୋଟିଏ ହାଇଓ୍ୱା ଜବତ ହୋଇଛି।

ବାଲି ଚୋରା ଚାଲାଣ ଯୋଗୁ ପୁରୀରେ ଭୂତଳ ବିଦ୍ୟୁତକରଣ ନଷ୍ଟ ହେବା ସହ ୫୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା କ୍ଷତି ହେଉଥିବା ସେସୁ ଆର ଆଣ୍ଡ ବିକୁ ଜଣାଇଥିଲା।  ଅଭିଯୋଗ ଆଧାରରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି।

ଉପଜିଲ୍ଲାପାଳ, ସେସୁ ନିର୍ବାହୀ ଯନ୍ତ୍ରୀ ଓ ଆର ଆଣ୍ଡ ବି ଅଧିକାରୀ, ବଳିଆପଣ୍ଡା ଥାନା ଅଧିକାରୀ ଓ ସମୁଦ୍ରକୂଳ ଥାନା ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେବେ ବାଲି କେଉଁ ଆଡ଼େ ଯାଉଥିଲା ଓ ଖୋଳିବା ଦ୍ୱାରା କ’ଣ କ୍ଷତି ହୋଇଛି, ତାହାର ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।

 



from Odisha Reporter http://bit.ly/2Ggywnp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages