
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମ୍ୟାଟ୍ରିକ ପରୀକ୍ଷାର ମାତୃଭାଷା ପ୍ରଶ୍ନପତ୍ର ଲିକ୍ ପଛର ମାଷ୍ଟରମାଇଣ୍ଡ କିଏ? କଡ଼ା କଟକଣା ଓ ନିର୍ଦ୍ଦେଶନାମା ସତ୍ତ୍ୱେ କେମିତି ହେଲା ଭାଇରାଲ୍? ଘଟଣାର ୨୪ ଘଣ୍ଟା ପରେ ବି କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ନା ବୋର୍ଡ ନା ପୁଲିସ, କେହିବି ଏହାର ଟେର ପାଇପାରୁନାହାଁନ୍ତି। ଭାଇରାଲ୍ ଘଟଣାରେ ଆଜି ନୂଆପଡ଼ାର କରଙ୍ଗାମାଲ ଓ ଗୋପୀନାଥ ହାଇସ୍କୁଲ୍ର ୨ଜଣ ସୁପରିନଟେଣ୍ଡେଣ୍ଟ ଓ ୩ ଜଣ ନିରୀକ୍ଷକଙ୍କ ବିରୋଧରେ ବୋଡେନ୍ ଥାନାରେ ମାମଲା ରୁଜହେବା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେହିପରି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଢେଙ୍କାନାଳ, କୋରାପୁଟ ଓ ଜଗତସିଂହପୁର ଜିଲ୍ଲାର ୬ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଭାଇରାଲ କରିଥିବା କିଛି ପରୀକ୍ଷାର୍ଥୀଙ୍କୁ ମଧ୍ୟ ପରୀକ୍ଷାରୁ ବାଦ୍ ଦିଆଯାଇଛି।
ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି କହିଛନ୍ତି-“ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ୧୧ ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ୮ ଜଣଙ୍କ ନାଁରେ ଏତଲା ହୋଇଛି।”
ଗତବର୍ଷ ଫେବୃୟାରୀ ୨୬ ତାରିଖରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହି ଘଟଣାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିଲା। ହେଲେ ଏଯାଏଁ ତଦନ୍ତ ସରିନି। ଜଣାପଡ଼ିନି ଭାଇରାଲ୍କାରୀ କିଏ? ଏହାଛଡ଼ା ପ୍ରଶ୍ନପତ୍ର ଭାଇରାଲ୍ ହେବାରୁ ରୋକିବା ପାଇଁ ରାଜ୍ୟ ସରକାର କୌଣସି ଯୋଜନା ତିଆରି କରିପାରି ନାହାନ୍ତି । ପରିଣାମ ସ୍ୱରୂପ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ସୋପାନ କୁହାଯାଉଥିବା ମ୍ୟାଟ୍ରିକ ପରୀକ୍ଷାରେ ଏବର୍ଷ ମଧ୍ୟ ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ। ଏକାଧିକ ସ୍ଥାନରେ ଲିକ୍ ହୋଇଛି ପ୍ରଶ୍ନପତ୍ର।
ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ଏସ୍ପି ଦୀପ୍ତିରଞ୍ଜନ ରାୟ କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି।
from Odisha Reporter https://ift.tt/2IvhKTq
No comments:
Post a Comment