
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହ କଲେ ଅଭିନେତା ସମ୍ୱିତ୍। ଗତକାଲି ସୟୋନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଉଭୟ ପ୍ରେମ ବିବାହ କରିଛନ୍ତି। ତେବେ ସମ୍ବିତ୍ଙ୍କ ପତ୍ନୀ ସୟୋନା ଓଲିଉଡ୍ ଅଭିନେତା ଦୀପକଙ୍କ ସମ୍ପର୍କୀୟ ହେବେ ବୋଲି ଶୁଣିବାକୁ ମିଳୁଛି। ସମ୍ବିତ୍ ସୟୋନାଙ୍କ ବିବାହରେ ଓଲିଉଡ୍ର ଅନେକ କଳାକାର ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।
ବିବାହରେ ସମ୍ୱିଦ୍-ସୟୋନା ଖୁବ୍ ସୁନ୍ଦର ମଧ୍ୟ ଲାଗୁଥିଲେ। ହଳଦିଆ ସେରୱାନିରେ ସମ୍ୱିତ୍ ହ୍ୟାଣ୍ଡସମ୍ ଲାଗୁଥିବା ବେଳେ ଲାଲ୍ ଲେହେଙ୍ଗାରେ ସୟୋନା ମଧ୍ୟ ଖୁବ୍ ସୁନ୍ଦର ଲାଗୁଥିଲେ।
ସୂଚନା ଅନୁଯାୟୀ, ବିବାହ ପୂର୍ବରୁ ସମ୍ବିତ୍ ଏବଂ ସୟୋନାଙ୍କର ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଥିଲା। ଯାହାର ନାଁ ଥିଲା ‘ସମ୍ବିତ୍ସ୍ ଭାଲେନ୍ଟାଇନ୍’। ଯେଉଁଥିରେ ଉଭୟଙ୍କୁ ରୋମାଣ୍ଟିକ୍ ଲୁକ୍ରେ ଦେଖିବାକୁ ମିଳିଥିଲା। ଦର୍ଶକେ ଏହି ମ୍ୟୁଜିକ୍ ଭିଡିଓକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ।
from Odisha Reporter https://ift.tt/2GWOpil
No comments:
Post a Comment