
ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ଏବଂ ମାଓପ୍ରବଣ ଅଞ୍ଚଳ ଭଳି ସମ୍ବେଦନଶୀଳ ଓ ବିପଜ୍ଜନକ ସ୍ଥାନରେ ନିଯୁକ୍ତ ସେଣ୍ଟ୍ରାଲ ଆର୍ମଡ୍ ପୁଲିସ୍ ଫୋର୍ସ (ସିଏପିଏଫ୍) ଯବାନଙ୍କୁ ଦିଆଯାଉଥିବା ରିସ୍କ ଆଣ୍ଡ ହାର୍ଡଶିପ୍ ଆଲାଉନ୍ସ ବା ପ୍ରତ୍ସାହନ ରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଫେବୃଆରୀ ୧୪ ତାରିଖରେ ପୁଲ୍ୱାମାଠାରେ ଆତଙ୍କବାଦୀ ହମ୍ଲାପରେ ଏହି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି
ପ୍ରାୟ ୨ ବର୍ଷ ପରେ ଗୃହ ମନ୍ତ୍ରଣାଳୟ ପ୍ରୋତ୍ସାହନ ରାଶି ବଢ଼ାଇବା ପାଇଁ ରହିଥିବା ପ୍ରସ୍ତାବ ଉପରେ ଏବେ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହି ପ୍ରତ୍ସାହନ ରାଶି ବଢ଼ାବା ପାଇଁ ୨୦୧୭ ମସିହାରେ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା।
କଶ୍ମୀରରେ ଯେଉଁ ସ୍ଥାନ ଗୁଡ଼ିକରେ ନିଯୁକ୍ତ ଯବାନଙ୍କର ପ୍ରୋତ୍ସାହନ ରାଶି ବଢ଼ାଯାଇଛି ସେଗୁଡ଼ିକ ମଧ୍ୟରେ ବୁଡ୍ଗାମ୍, ପୁଲୱାମା ଏବଂ ଅନନ୍ତନାଗ ରହିଛି। ବାରମୁଲ୍ଲା ଏବଂ କୁପ୍ୱାରା ପରି ଅତି ସମ୍ବେଦନଶୀଳ ଅଞ୍ଚଳ ଏହି ତାଲିକାରେ ସାମିଲ ହୋଇଛି।
ଏହା ଫଳରେ ଅଫିସର ପାହ୍ୟାର ଯବାନ ୨୫ ହଜାର ଟଙ୍କା ଏବଂ ଅନ୍ୟ ପାହ୍ୟାର ଯବାନ ମାସିକ ୧୭,୩୦୦ ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ଏହା ପୂର୍ବରୁ ଉଭୟଙ୍କ ପାଇଁ ଯଥାକ୍ରମେ ୧୬,୯୦୦ ଏବଂ ୯,୭୦୦ ଟଙ୍କା ଥିଲା।
ରିସ୍କ ଏବଂ ହାର୍ଡଶିପ୍ ଆଲଉନ୍ସ କଭର କରିବାକୁ ଥିବା ନୂତନ ଅଞ୍ଚଳଗୁଡ଼ିକ ହେଲେ, କୁଲଗାମ୍, ଶୋପିଆନ୍, କିସ୍ତୱାର, ଡୋଡା, ରାମ୍ବନ୍, ଉଦ୍ଧମପୁର ଏବଂ ତେଲେଙ୍ଗାନାର ଏକ ଜିଲ୍ଲା।
ପୂର୍ବରୁ ତାଲିକାଭୁକ୍ତ ଅଞ୍ଚଳଗୁଡ଼ିକରେ ପ୍ରାୟ ପରିବର୍ତ୍ତନ ହୋଇନଥିବାବେଳେ ଜମ୍ମୁକଶ୍ମୀରର କିଛି ନୂଆ ଜିଲ୍ଲାକୁ ଯୋଡ଼ାଯାଇଛି ଯାହାଫଳରେ ଏହି ରାଜ୍ୟର ଅଧିକାଂଶ ଅଞ୍ଚଳରେ ନିୟୋଜିତ ଯବାନ ଏହି ତାଲିକାରେ ଯୋଡ଼ି ହୋଇପାରିବେ। କିନତୁ ଜମ୍ମୁର ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକ ଏଥିରେ ନାହିଁ, କେବଳ ଏଲ୍ଓସି ନିକଟବର୍ତ୍ତୀ ଅଞ୍ଚଳ ସ୍ଥାନ ପାଇଛି।
ସେହିଭଳି ମାଓପ୍ରବଣ ଅଞ୍ଚଳ ମଧ୍ୟରେ ଛତିଶଗଡ଼ର ସୁକ୍ମା, ଦାନ୍ତେୱାଡ଼ା, ବିଜାପୁର, ନାରାୟଣପୁର, ବସ୍ତର, ଝାଡ଼ଖଣ୍ଡର ଲାଟେହାର, ମହାରାଷ୍ଟ୍ରର ଗଡ଼ଚିରୋଲି ଏବଂ ଓଡ଼ିଶାର ମାଲକାନାଗିରି ଆଦି ଜିଲ୍ଲା ରହିଛି।
from Odisha Reporter https://ift.tt/2TfGDqg
No comments:
Post a Comment