ଆଗେଇଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା: ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଆଗେଇଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା: ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବାକୁ ଦାବି

puri

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧାବାଟରେ ଅଟକିଥିବା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା ପୁଣି ଆଗେଇଛି । ନୂଆ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଆଜି ପୁରୀରେ ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଗଜପତି ମହାରାଜ, ମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ତେବେ ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।

ଆମିକସ୍‌ କ୍ୟୁରୀ ପ୍ରଥମେ ଶ୍ରୀନଅରରେ ଠାକୁରଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ବିସ୍ତୃତ ଆଲୋଚନା କରି ସୁପ୍ରିମକୋର୍ଟଙ୍କ ସଂସ୍କାର ପ୍ରସ୍ତାବର ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହ ସେବାୟତଙ୍କ ମୁହଁରୁ ସେମାନଙ୍କ ଦାବି ଓ ସମସ୍ୟାକୁ ଶୁଣିଥିଲେ।

ଗତପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେବା ପରଠାରୁ ଆଉ ଏହାପ୍ରତି ବିଶେଷ ଧ୍ୟାନ ଦେଇନାହାନ୍ତି। ତେବେ ୩ ମୂଳ କ୍ଷେତ୍ରରେ ସଂସ୍କାର ଆସିଲେ ଶ୍ରୀମନ୍ଦିରରେ ଆପେ ଶୃଙ୍ଖଳା ଆସିବ ବୋଲି ଗଜପତି ମତ ଦେଇଛନ୍ତି।

ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର କହିଛନ୍ତି-“ବର୍ତ୍ତମାନ ଶ୍ରୀମନ୍ଦିରରେ ନୀତିକାନ୍ତି ଠିକ୍‌ଠାକ୍‌ ଚାଲିଛି। କିଛି ସେବା ନୀତି ଆହୁରି ଭଲ ହୋଇପାରିବ। ଏଥିନେଇ ଆଲୋଚନା କରାଯାଇଛି। ସବୁ ଦିଗକୁ ନଜରରେ ରଖି ମୁଁ ରିପୋର୍ଟ ଦେବି।”

ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କାହିଁକି ଅସୁବିଧା ଉପୁଜୁଛି ଏବଂ କେଉଁ ପ୍ରସଙ୍ଗରେ ନିଯୋଗମାନଙ୍କ ଅସହମତି ରହୁଛି, ତା’ଉପରେ ବିସ୍ତୃତ ଭାବେ ସମସ୍ତ ପକ୍ଷ ଶୁଣିଥିଲେ ଆମିକସ୍‌କ୍ୟୁରୀ। ତା’ସହ ଶ୍ରୀମନ୍ଦିର ଆଇନ୍‌ରେ ସଂଶୋଧନ ପାଇଁ ଗଠିତ ସବ୍‌-କମିଟି ଯେଉଁ ସବୁ ପ୍ରସ୍ତାବ ଦେଇଛି, ତାହା ଉପରେ ଆଲୋଚନା ହୋଇଥିଲା। ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବା ଦିଗରେ ମଧ୍ୟ ବିଶଦ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।

ମହାପ୍ରଭୁଙ୍କୁ ଦର୍ଶନ ସାରି ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଶ୍ରୀମନ୍ଦିରର ଅନ୍ୟ ସମସ୍ୟା ଗୁଡିକର ବାସ୍ତବ ସ୍ଥିତି ପରଖିଥିଲେ। ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆମିକସ୍‌କ୍ୟୁରୀ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ।



from Odisha Reporter https://ift.tt/2SpLtNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages