ଉଚ୍ଚ ରକ୍ତଚାପ ରୋଗୀଙ୍କୁ ମନା ଏସବୁ ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଉଚ୍ଚ ରକ୍ତଚାପ ରୋଗୀଙ୍କୁ ମନା ଏସବୁ ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇ ବ୍ଲଡ୍‌ ପ୍ରେସର୍‌ ବା ଉଚ୍ଚ ରକ୍ତଚାପ ଏକ ହୃଦ୍‌ଜନିତ ରୋଗ। ଅତ୍ୟଧିକ ଚାପ, କ୍ରୋଧ, ଚିନ୍ତା ଏହି ରୋଗର କାରଣ।  ବର୍ତ୍ତମାନର ଧାଁଧଉଡ଼ ଜୀବନ ହାଇପର ଟେନସନ ବା ଉଚ୍ଚ ରକ୍ତଚାପକୁ ଆମନ୍ତ୍ରଣ କରୁଛି।  ଏପରିକି ଯୁବପିଢ଼ି ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି।  ଅନେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଜେନେଟିକ୍‌ କାରଣରୁ ମଧ୍ୟ ହୋଇଥାଏ।

ତେବେ ଏସବୁ ଅସୁବିଧାରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଏକ ଉତ୍ତମ ଜୀବନଶୈଳୀର ଅଭ୍ୟାସ କରିବାକୁ ପଡ଼ିବ। ତାଛଡ଼। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଖାଦ୍ୟ ମଧ୍ୟ  ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ।  ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ।

ଲୁଣ:ଉଚ୍ଚ ରକ୍ତଚାପ ରୋଗୀଙ୍କୁ କମ୍‌ ପରିମାଣର ଲୁଣ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ଏହାର କାରଣ ଲୁଣ କିଡ୍‌ନୀ ଓ ହାର୍ଟ ଉପରେ ପ୍ରଭାବ ପକାଇଥାଏ। ରକ୍ତରେ ସୋଡିୟମ୍‌ ଲେଭଲ୍‌ ଅଧିକ ରହିଲେ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ। ଯାହା ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ।   ଶରୀରରୁ ଅଧିକ ସୋଡିୟମ୍‌ର ମାତ୍ରାକୁ କମାଇବା ପାଇଁ କଦଳୀ ଓ ବ୍ରୋକୋଲି ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ଚିନି :ଚିନି ଅଧିକ ଖାଇବା ଦ୍ୱାରା ଶରୀରେ କ୍ୟାଲୋରୀ ବୃଦ୍ଧି ପାଇଥାଏ। ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି ଏବଂ ମିଠାଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଡାର୍ଟ ଚକୋଲେଟ୍‌ ଏବଂ ସତେଜ ଫଳ ଖାଆନ୍ତୁ।

ପ୍ୟାକେଟ୍‌ ଜାତୀୟ ଖାଦ୍ୟ:
ପ୍ୟାକେଟ୍‌ ଜାତୀୟ ଖାଦ୍ୟ ଯାହା ପ୍ରସ୍ତୁତ ହୋଇ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯାଇଥାଏ । ଉଚ୍ଚ ରକ୍ତଚାପ ରୋଗୀ ଏପରି ଖାଦ୍ୟଠୁ  ଦୂରେଇ ରହିବା ଉଚିତ।  ଏ ପ୍ରକାର ଖାଦ୍ୟରେ ଚିନି, ଲୁଣ ରହିଥାଏ ଏବଂ ଏହାକୁ ସଂରକ୍ଷଣ କରି ରଖିବାକୁ ଦିଆଯାଉଥିବା କେମିକାଲ୍ ମଧ୍ୟ ଦେହ ପାଇଁ ହାନିକାରକ। ବିଶେଷ କରି ଚିପ୍ସ, ଲେଜ୍‌, କୁର୍‌କୁରେ ଇତ୍ୟାଦି।

ଚା’ ଓ କଫି:


ଯଦି ଆପଣ ପ୍ରତିଦିନ ଚା’, କଫି କିମ୍ବା କିଛି ଶକ୍ତିବର୍ଦ୍ଧକ ପାନୀୟ ପିଉଛନ୍ତି ତେବେ ଆଜିଠୁ ସେସବୁରୁ ଦୂରେଇ ରୁହନ୍ତୁ। ଏହା ଶରୀରକୁ ଯିବା ପରେ  ରକ୍ତଚାପ ବୃଦ୍ଧି କରିଥାଏ।  ସେଥିପାଇଁ ଡାକ୍ତର ଏସବୁ ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।

ଆଲ୍‌କୋହଲ୍‌:
ହାଇପର୍‌ ଟେନସନ୍‌ ବା ଉଚ୍ଚ ରକ୍ତଚାପ ରୋଗୀ ଆଲ୍‌କୋହଲ୍‌ଠାରୁ ଦୂରେଇ ରୁହନ୍ତୁ। ଏହା କେବଳ ରକ୍ତଚାପ ନୁହେଁ ହୃଦ୍‌ଘାଟଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଏଥିରେ ଅଧିକ କ୍ୟାଲୋରୀ ଥିବାରୁ ଆପଣଙ୍କ ଓଜନ ମଧ୍ୟ ବୃଦ୍ଧି ପାଇଥାଏ।

https://ift.tt/2EDl0bf



from Odisha Reporter https://ift.tt/2Vum5rM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages