
ପୁଣେ: ପୁଣି ଚର୍ଚ୍ଚା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ନିଜ ରାଜନୈତିକ କ୍ୟାରିଅରକୁ ନେଇ ଏକ ରୋଚକ ବୟାନ ଦେଇଛନ୍ତି ସ୍ମୃତି। ସେ କହିଛନ୍ତି ଯେ, ଯେଉଁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଟ୍ ଝୁଲାଇ ଦେବେ ଅର୍ଥାତ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ସେହିଦିନ ସେ ରାଜନୀତି ଛାଡ଼ିଦେବେ।
ପୁଣେରେ ‘ୱାର୍ଡସ କାଉଣ୍ଟ’ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏକଥା କହିଛନ୍ତି। କାର୍ଯ୍ୟକ୍ରମର ଜଣେ ଦର୍ଶକ ସ୍ମୃତିଙ୍କୁ ପଚାରିଥିଲେ ଯେ, ଆମେ କେବେ ଆପଣଙ୍କୁ ଜଣେ ‘ପ୍ରଧାନ ସେବକ’ ହିସାବରେ ଦେଖିପାରିବୁ? ମୋଦିଙ୍କ ପ୍ରଧାନ ସେବକ ମନ୍ତବ୍ୟକୁ ନେଇ ଇଶାରା ଇଶାରାରେ ସ୍ମୃତିଙ୍କର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ଅଛି କି ନାହିଁ ବୋଲି ପ୍ରଶ୍ନ ହୋଇଥିଲା। ଉତ୍ତରରେ ନା କହିଥିଲେ ସ୍ମୃତି।
ସେ କହିଥିଲେ ଯେ, ମୁଁ ମୋ ଦଳର ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ପ୍ରବେଶ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ କାମ କରି ମୁଁ ନିଜକୁ ଭାଗ୍ୟବାନ ବୋଲି ମନେ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଦେଶର ପ୍ରଧାନ ସେବକ ବୋଲି କହି ଆସିଛନ୍ତି। ତେଣୁ ‘ଯେଉଁ ଦିନ ପ୍ରଧାନ ସେବକ ନରେନ୍ଦ୍ର ମୋଦି ରାଜନୀତିରୁ ସନ୍ନ୍ୟାସ ନେବେ,ସେହି ଦିନ ସେ ବି ରାଜନୀତିରୁ ବିଦାୟ ନେଇଯିବେ ବୋଲି ସ୍ମୃତି କହିଛନ୍ତି।
from Odisha Reporter http://bit.ly/2HRSSoz
No comments:
Post a Comment