ବ୍ରହ୍ମଗିରି ବିଜେଡିରେ ଫାଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ବ୍ରହ୍ମଗିରି ବିଜେଡିରେ ଫାଟ !

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜେଡିରେ କନ୍ଦଳ ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ରହ୍ମଗିରି ବିଜେଡିରେ ଥିବା ବିବାଦ ପଦାରେ ପଡ଼ିଛି।

ବ୍ରହ୍ମଗିରିର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଧାୟକଙ୍କୁ ବିରୋଧ କରିଛନ୍ତି। ଗତକାଲି ସଞ୍ଜୟ ଦାସବର୍ମାଙ୍କ ବିରୋଧ କରି ଦଳର ଛାମୁଆ ନେତା ଏକ ପ୍ରେସମିଟ୍ କରିଛନ୍ତି। ଏହାସହ ବିଧାୟକଙ୍କ ବିରୋଧରେ ଆଗାମୀ ଦିନରେ ଏକ ପ୍ରତିବାଦ ସମାବେଶ ଡକାଯିବ ବୋଲି ଏହି ନେତାମାନେ କହିଛନ୍ତି। ଏହାସହ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି।

ବିଧାୟକ ସଞ୍ଜୟ ଦାସବର୍ମା କାମ ବଦଳରେ କେବଳ ଫଳକ ମରା ରାଜନୀତି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ନ କୁମାର ବରାଳ କହିଛନ୍ତି, “ଅଞ୍ଚଳର ବିକାଶ ପାଇଁ ବାରମ୍ୱାର ଅବଗତ କରାଯାଇଥିଲେ ମଧ୍ୟ ବିଧାୟକ ମହୋଦୟ କର୍ଣ୍ଣପାତ କରୁ ନାହାନ୍ତି। ତେଣୁ ଆମ ଅଞ୍ଚଳର ସ୍ୱାର୍ଥ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ଗୁଡ଼ିକ ପୋଷ୍ଟାଲ ଜରିଆରେ ଜଣାଇବୁ। ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଧାୟକ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ସଚେତନ ରହି ତାକୁ କାର୍ଯ୍ୟକରୀ କରନ୍ତୁ।”

ସେ ଆହୁରି କହିଛନ୍ତି ଯେ, ଆମେ ଦଳୀୟ ହାଇକମାଣ୍ଡଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଜାରି ରଖିଛୁ। ଯଦି ଏହା ତାଙ୍କ ଦୃଷ୍ଟିକୁ ଆସି ନଥିବା ତେବେ ଏକ ବ୍ଲକସ୍ତରୀୟ କର୍ମୀସେବା କରି ପ୍ରତିବାଦ ମାଧ୍ୟମରେ ତାଙ୍କୁ ଅବଗତ କରିବୁ ବୋଲି ନିଷ୍ପତ୍ତି ହୋଇଛି।



from Odisha Reporter http://bit.ly/2t2ax2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages