ମଦ କାରଖାନା ଠାବ, ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ମଦ କାରଖାନା ଠାବ, ୪ ଗିରଫ

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କେନ୍ଦୁଖୁଣ୍ଟା ଗାଁରେ ଦୀର୍ଘ ଦିନ ଧରି ବେଆଇନ ଦେଶୀ ମଦ କାରଖାନା ଚାଲିଥିଲା। ଏ ସମ୍ପର୍କରେ ଗାଁ ଲୋକେ ବାରମ୍ୱର ଥାନାରେ ଅଭିଯୋଗ କରୁଥିଲେ। ମାତ୍ର ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବିକାରୀ ବିଭାଗ ଓ ବାଲେଶ୍ଵର ମୋବାଇଲ୍‌ ସ୍କ୍ୱାଡ ଆଜି ଭୋର ୪ ଟା ବେଳେ ଚଢ଼ଉ କରି ୫୦୦୦ ଲିଟର ମହୁଲି ପୋଚ ଓ ରନ୍ଧା ସାମଗ୍ରୀ ଜବତ କରିଥିଲା।

ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହି କାରବାର ଅଭିଯୋଗରେ କେନ୍ଦୁଖୁଣ୍ଟା ଗାଁର ମୋହନ ମହାନ୍ତ, ପ୍ରଫୁଲ୍ଲ ଜେନା, ଦିଲ୍ଲୀପ ଡାକୁଆ ଓ ଚୈତନ୍ୟ ସିଂଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି।



from Odisha Reporter https://ift.tt/2IHmIfS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages