
ୱେଲିଙ୍ଗଟନ୍: ପୁରୁଷଙ୍କ ଭଳି ଭାରତୀୟ ମହିଳା ଦଳ ମଧ୍ୟ ଘରୋଇ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳଠାରୁ ପ୍ରଥମ ଟି-୨୦ ମ୍ୟାଚ୍ରେ ପରାସ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ଦେଇଥିବା ୧୬୦ ରନ୍ ଟାର୍ଗେଟର ପିଛା କରୁଥିବା ହରମନପ୍ରୀତ କୌରଙ୍କ ଭାରତୀୟ ମହିଳା ଦଳ ମାତ୍ର ୧୩୬ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ନ୍ୟୁଜିଲ୍ୟାଣ୍ଡ ମହିଳା ପ୍ରଥମ ଟି-୨୦କୁ ୨୩ ରନ୍ରେ ଜିତି ନେଇଛି। ଏହି ବିଜୟ ସହ ଘରୋଇ ଟିମ୍ ୩ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଛି।
ଟିମ୍ ଇଣ୍ଡିଆ ପକ୍ଷରୁ ଓପନର ସ୍ମୃତି ମନ୍ଧାନା ବିସ୍ଫୋରକ ୩୪ ବଲ୍ରେ ୫୮ ରନ୍ କରିଥିଲେ ହେଁ ମଧ୍ୟକ୍ରମର ବିଫଳତା ଯୋଗୁ ଟିମ୍ ଇଣ୍ଡିଆ ବିଜୟ ହାତ ଛଡ଼ା କରିଛି।
ୱେଲିଙ୍ଗଟନ୍ର ରିଜନାଲ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଓପନ୍ର ସୋଫେଇ ଡିଭାଇନ୍ଙ୍କ ୬୨ ଓ ଅଧିନାୟକ ଆମି ସାଥେରୱେଟଙ୍କ ୩୩ ରନ୍କୁ ଆଧାର କରି ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା।
୧୬୦ ରନ୍ର ଟାର୍ଗେଟକୁ ପିଛା କରୁଥିବା ଟିମ୍ ଇଣ୍ଡିଆ ଓପନର ପ୍ରିୟା ପୁନିଆ(୪)ଙ୍କୁ ସଅଳ ହରାଇଥିଲା। ତେବେ ମନ୍ଧାନା ଓ ଜେମିମା ରୋଡରିଗସ୍ ସ୍ଥିତ ସମ୍ଭାଳିବା ସହ ଦଳୀରୟ ସ୍କୋରକୁ ୧୦୨ରେ ପହଞ୍ଚାଥିଲେ। ଏକଦା ଭାରତ ୧ ୱିକେଟ୍ରେ ୧୦୨ ରନ୍ କରିଥିଲା। କିନ୍ତୁ ପରବର୍ତ୍ତୀ ୫ ଓଭର୍ରେ ଟିମ୍ ଇଣ୍ଡିଆର ସ୍ଥିତି ଏମିତି ହୋଇଥିଲା ଯେ ଦଳ ୧୧୭/୬ରେ ପହଞ୍ଚି ଯାଇଥିଲା। ଅର୍ଥାତ ଦଳ ୧୫ ରନ୍ରେ ୫ଟି ୱିକେଟ୍ ହରାଇଥିଲା। ମନ୍ଧାନା ଓ ଜେମିମା ୬୪ଟି ବଲ୍ରେ ଭାରତ ପାଇଁ ୯୮ ରନ୍ ଯୋଡ଼ିଥିଲେ। ତେବେ ଅନ୍ୟ କୌଣସି ବ୍ୟାଟସ୍ମ୍ୟାନ୍ ଏମାନଙ୍କୁ ସହାୟତା କରି ନଥିଲେ। ଶେଷରେ ପୂରା ଟିମ୍ ୧୯.୧ ଓଭର୍ରେ ୧୩୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚ୍ରେ ଅଭିଜ୍ଞ ମିତାଲି ରାଜ ଖେଳୁ ନଥିଲେ।
from Odisha Reporter http://bit.ly/2BoS70D
No comments:
Post a Comment