ବିଶ୍ୱକପ୍‌ରେ ସର୍ଫରାଜ ହିଁ ପାକ୍‌ର ଅଧିନାୟକ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ବିଶ୍ୱକପ୍‌ରେ ସର୍ଫରାଜ ହିଁ ପାକ୍‌ର ଅଧିନାୟକ ରହିବେ

ଇସ୍‌ଲାମାବାଦ: ପାକିସ୍ତାନ ଦଳର ନିୟମିତ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱରେ ପାକିସ୍ତାନ ହିଁ ୨୦୧୯ ବିଶ୍ୱକପ୍‌ ଖେଳିବ। ଆଜି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହା ସ୍ପଷ୍ଟ କରିଛି।

୨୦୧୯ରେ ସର୍ଫରାଜ ଖେଳିବି କି ନାହିଁ କିମ୍ବା ଯଦି ସେ ଖେଳନ୍ତି, ତା’ହେଲେ ଅଧିନାୟକ ହେବେ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଆଜି ପିସିବି ଅଧ୍ୟକ୍ଷ ଏହସାନ ମାନି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ସର୍ଫରାଜ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଆନ୍ଦିଲେ ଫେଲୁକାଓଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଆଇସିସି ୪ଟି ମ୍ୟାଚ୍‌ରୁ ବାସନ୍ଦ କରିଛି। ସର୍ଫରାଜଙ୍କ ଅନୁପସ୍ଥିତିରେ ସୋଏବ ମାଲିକ ପାକିସ୍ତାନର କ୍ରିକେଟ ଟିମ୍‌ର ନେତୃତ୍ୱ ନେଉଛନ୍ତି।

ପିସିବି ଅଧ୍ୟକ୍ଷ ମାନି କହିଛନ୍ତି,“ସର୍ଫରାଜଙ୍କୁ ନେଇ ସନ୍ଦେହ ପ୍ରକାଶ କରିବା ଠିକ୍‌ ନୁହେଁ। ସେ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓ ବିଶ୍ୱକପ୍‌ରେ ପାକିସ୍ତାନ ଦଳର ନେତୃତ୍ୱ ନେବେ। ସର୍ଫରାଜ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ପାକିସ୍ତାନର ନେତୃତ୍ୱ ନେଇଥିଲେ। ସେହିପରି ଜାତୀୟ ଟିମ୍‌ ତାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରି ଆସୁଛି। ସର୍ଫରାଜ ଅଧିନାୟକ ଥିବା ବେଳେ ଦଳ ଜିତିବ ବୋଲି ମୋର ଆଶ ରହିଥାଏ। ତେଣୁ ସର୍ଫରାଜ ହିଁ ଦଳର ଅଧିନାୟକ ରହିବେ।”



from Odisha Reporter http://bit.ly/2TF5fGd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages