
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତଦିନ ସରିଆସିଲେ ବଜାର ଘାଟରେ ବରକୋଳି ବିକ୍ରି ଆରମ୍ଭ ହୋଇଯାଏ। ବରକୋଳିରେ ସାଧାରଣତଃ ଆଚାର ଓ ଖଟା ତିଆରି ହୋଇଥାଏ। ଏହା ପାଟିକୁ ଭାରି ସୁଆଦିଆ ବି ଲାଗେ।
ହେଲେ କ’ଣ ଆପଣ ଜାଣନ୍ତି ବର କୋଳି ପାଟିକୁ ସ୍ୱାଦ ଲାଗିବା ସହ ଦେହ ପାଇଁ ମଧ୍ୟ ଲାଭଦାୟକ?
ଆଜି ଆମେ ଆପଣଙ୍କୁ ବରକୋଳି ଖାଇବାର ଫାଇଦା ବିଷୟରେ କହିବୁ।
ବରକୋଳିରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଥାଏ। ଏଥିରେ କ୍ୟାଲୋରୀ ଅନେକ କମ୍ ରହିଥାଏ। ତେଣୁ ଏହାକୁ ଖାଇଲେ ଆମ ଶରୀରର ଅନେକ ଲାଭ ହୋଇଥାଏ।
୧- କୋଳିରେ ଥିବା କ୍ୟାଲସିୟମ ଓ ଫସଫରସ୍ ଦାନ୍ତ ଓ ହାଡ଼କୁ ମଜ୍ଭୁତ ରଖିଥାଏ।
୨- କୋଳିରେ ଅନେକ କମ୍ କ୍ୟାଲୋରୀ ରହିଥାଏ ତେଣୁ ଏହା ଶରୀରୁ ଓଜନ କମାଇବାରେ ମଧ୍ୟ ସହାୟକ ହୁଏ।
୩- ବରକୋଳି ଆମ ଶରୀରର ଇମ୍ୟୁନ୍ ସିଷ୍ଟମ୍କୁ ଷ୍ଟ୍ରଙ୍ଗ କରି ରୋଗପ୍ରତିରୋଧ କ୍ଷମତା ବଢାଏ।
୪- ବରକୋଳି ସେବନ କ୍ୟାନସର କୋଶିକା ବୃଦ୍ଧିକୁ ରୋକିଥାଏ।
୫- ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଲିଭର ସମ୍ପର୍କିତ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରେ।
୬- ବର କୋଳିରେ ଆଣ୍ଟିଏଜିଂ ଏଜେଣ୍ଟ ମଧ୍ୟ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚାର ଚମକ ଅଧିକ ଦିନ ଯାଏ ରହିଥାଏ।
୭- ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଛନ୍ତି ତା ହେଲେ ମଧ୍ୟ ବର କୋଳି ଖାଆନ୍ତୁ, ଏହା ଆପଣଙ୍କ ପାଚନ କ୍ରିୟାରେ ସୁଧାର ଆଣିବାରେ ସହାୟକ ହେବ।
from Odisha Reporter http://bit.ly/2TKcpss
No comments:
Post a Comment