
ବେଙ୍ଗାଲୁରୁ: କର୍ଣ୍ଣାଟକାର ବିଜେପି ନେତା ବିଏସ୍ ୟେଦ୍ଦୁରାପ୍ପାଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ସେ ଜଣେ ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଥିବାର ଏକ ଅଡିଓ ଟେପ୍ ଭାଇରାଲ୍ ହୋଇଛି। ତେବେ ଏହି ଟେପ୍କୁ ବିଏସ୍ ୟେଦ୍ଦୁରାପ୍ପା ଖଣ୍ଡନ କରିଥିଲେ ହେଁ କର୍ଣ୍ଣାଟକା ସରକାର ଏହାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହେବ ବୋଲି ଆଜି କହିଛନ୍ତି।
ଆଜି ଏହି ପ୍ରସଙ୍ଗରେ ସୂଚନା ଦେଇ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି, “ଅଡିଓ ଟେପ୍ ବିବାଦର ତଦନ୍ତ ପାଇଁ ସରକାର ଏସ୍ଆଇଟି ଗଠନ କରିବେ। ଏହି ଏସ୍ଆଇଟି ୧୫ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବ।”
ଫେବୃଆରୀ ୮ରେ ଏକ ଅଡିଓ ଟେପ୍ ଭାଇରାଲ୍ ହୋଇଥିଲା। ସରକାରଙ୍କ କହିବା ଅନୁଯାୟୀ, ଏଥିରେ ୟେଦ୍ଦୁରାପ୍ପା ଓ ଆଉ ଜଣେ ବିଜେପି ବିଧାୟକ ଶିବନଗୌଡ଼ା ନାଏକଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା।
ଏମାନେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟରେ ଥିବା ବିଧାୟକଙ୍କୁ ଅର୍ଥ ଓ କ୍ଷମତା ଦ୍ୱାରା ନିଜ ସପକ୍ଷକୁ ଆଣୁଥିବା ଶୁଣିବାକୁ ମିଳିଥିଲା। ବିଧାୟକମାନେ ମେଣ୍ଟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନିଜ ଇସ୍ତଫାପତ୍ର ବାଚସ୍ପତି କେଆର ରମେଶଙ୍କୁ ଦିଅନ୍ତୁ ବୋଲି ଏଥିରେ କୁହାଯାଇଥିଲା।
from Odisha Reporter http://bit.ly/2USNXoW
No comments:
Post a Comment