ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବି ଦୁଃଖିତ ନୁହନ୍ତି ରୋହିତ: ଜାଣନ୍ତୁ କ’ଣ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବି ଦୁଃଖିତ ନୁହନ୍ତି ରୋହିତ: ଜାଣନ୍ତୁ କ’ଣ କହିଲେ

rohit

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ମଧ୍ୟ ରୋହିତ ଶର୍ମା ଦୁଃଖିତ ନୁହନ୍ତି। ସେ କହିଛନ୍ତି, “ଏହି ସିରିଜ୍‌ ସମୟରେ ଏକାଧିକ ପଜେଟିଭ୍‌ ପରିବର୍ତ୍ତନ ଆସିଛି। ପୂରା ଗସ୍ତରେ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଅଧିକ ପରିଶ୍ରମ କରିଥିଲେ ବି କିଛି ତ୍ରୁଟି କରିଥିଲେ। ପରାଜୟକୁ ନେଇ ସେମାନେ ଦୁଃଖିତ ଥିବେ।”

ସେ ଆହୁରି କହିଛନ୍ତି, “ଟି-ଟ୍ୱେଣ୍ଟିରେ ୧-୨ରେ ପରାସ୍ତ ହେବା ସତ୍ତ୍ୱେ ଆମେ ପଜେଟିଭ୍‌ ପରିବର୍ତ୍ତନ ନେଇ ସ୍ୱଦେଶ ଫରିବୁ। ଭାରତ, ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜି ଓ ଦିନିକିଆ ସିରିଜ୍‌ ଜିତିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଘରୋଇ ଦଳକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲୁ। ଟି-ଟ୍ୱେଣ୍ଟି ସିରିଜ୍‌ରେ ପ୍ରଥମ ବିଜୟ ବହୁତ ଆନନ୍ଦଦାୟକ। ହେଲେ ତୃତୀୟ ଟି-ଟ୍ୱେଣ୍ଟିରେ ଘରୋଇ ଦଳ ୪ ରନ୍‌ରେ ଆମକୁ ହରାଇ ରୋମାଞ୍ଚକର ଭାବେ ବିଜୟୀ ହୋଇଛି। ଆମେ ଲକ୍ଷ୍ୟ ହାସଲ କରିପାରିଲୁନି ଖରାପ ଲାଗୁଛି। ହେଲେ ଶେଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲୁ। ୨୧୩ ରନ୍‌ର ଲକ୍ଷ୍ୟ ହାସଲ କରିବା ସବୁବେଳେ କଷ୍ଟକର। ଆମେ ଏହାର ନିକଟତର ହୋଇପାରିଥିଲେ। ସେମାନେ (ନ୍ୟୁଜିଲ୍ୟାଣ୍ଡ) ନିୟନ୍ତ୍ରିତ ଭାବେ ଖେଳିଥିଲେ ଓ ୟର୍କର ବଲ୍‌ ପକାଇବା ଜାରି ରଖିଥିଲେ।”

ସେ ଆହୁରି କହିଥିଲେ, “ଆମେ ଦିନିକିଆ ସିରିଜରେ ଭଲ ଆରମ୍ଭ କରିଥିଲୁ ଓ ଟି-ଟ୍ୱେଣ୍ଟି ସିରିଜ୍‌ରେ ବିଜୟ ହାସଲ କରିବାକୁ ଚାହୁଁଥିଲୁ। ଯଦି ଆମେ ଏହି ସିରିଜ୍‌ ଜିତି ଘରକୁ ଫେରିଥାନ୍ତି, ବହୁତ ଭଲ ହୋଇଥାନ୍ତା, ହେଲେ ଏହା ହୋଇପାରିଲାନାହିଁ। ଏବେ ଆମକୁ ପୁରୁଣା କଥା ଭୁଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ।”



from Odisha Reporter http://bit.ly/2Ig1aqm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages