କଙ୍ଗନାଙ୍କ ସପକ୍ଷରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

କଙ୍ଗନାଙ୍କ ସପକ୍ଷରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ: କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ମଣିକର୍ଣ୍ଣିକା: କ୍ୱିନ୍‌ ଅଫ୍‌ ଝାନ୍‌ସୀ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇ ରହିଛି। ଏପରିକି ଏହି ଫିଲ୍ମକୁ ବଲିଉଡ୍‌ର ସପୋର୍ଟ ନ ମିଳିବା କାରଣରୁ ବଲିଉଡ୍‌ର ଅନେକ ବଡ଼ ତାରକାଙ୍କ ବିରୋଧରେ କଙ୍ଗନା ବିଷ ଓଗାଳିବାରେ ଲାଗିଛନ୍ତି।

ମଣିକର୍ଣ୍ଣିକାକୁ ସମର୍ଥନ ନ ମିଳିବା କାରଣରୁ କଙ୍ଗନା ଆମୀର୍‌ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଉପରେ ମଧ୍ୟ କଡ଼ା ଟିପ୍ପଣୀ ଦେଇଛନ୍ତି। ଝାନ୍‌ସୀ ରାଣୀଙ୍କ ଉପରେ ଫିଲ୍ମ ହେବା ପରେ ମଧ୍ୟ ବଲିଉଡ୍‌ର କୌଣସି ଅଭିନେତା କିମ୍ୱା ଅଭିନେତ୍ରୀ ଏହାର ପ୍ରଶଂସା କରିନାହାନ୍ତି, ଏଥିପାଇଁ କଙ୍ଗନା ସମସ୍ତଙ୍କୁ ମୁହଁ ଖୋଲି ଅପମାନିତ କରିବାରେ ଲାଗିଛନ୍ତି।

ବର୍ତ୍ତମାନ ଏହି ମାମଲାରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ କଙ୍ଗନାଙ୍କୁ ସପୋର୍ଟ କରିଛନ୍ତି। ପେମା ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଲେଖିଛନ୍ତି, “ସଫଳତା କ’ଣ, କଙ୍ଗନା ସତରେ ତାହା ପ୍ରମାଣିତ କରି ଦେଖାଇଛନ୍ତି। ସଫଳ ହେବାର ଅର୍ଥ ନିଜ କାନ୍ଧରେ ସମସ୍ତ ଦାୟିତ୍ୱ ନେବା ଏବଂ ଜଣେ ଲିଡର୍‌ ଭାବରେ କାମ କରିବା।”

ଏହା ସହ ମୁଖ୍ୟମନ୍ତ୍ରୀ ମଣିକର୍ଣ୍ଣିକାର ସଫଳତା ପାଇଁ କଙ୍ଗନାଙ୍କୁ ଶୁଭକାମନା ମଧ୍ୟ ଦେଇଛନ୍ତି।

ବିଗତ ଦିନରେ କଙ୍ଗନା ଅଲଗା ଅଲଗା ଇଣ୍ଟରଭ୍ୟୁରେ ଆରୋପ ଲଗାଇଥିଲେ ଯେ, ତାଙ୍କ ଫିଲ୍ମକୁ ବଲିଉଡ୍‌ର କୌଣସି ଅଭିନେତା ସପୋର୍ଟ କରିନାହାନ୍ତି। ଆଲିଆ ଭଟ୍ଟ ଓ ଆମୀର୍‌ ଖାନ୍‌ଙ୍କ ନାମ ନେଇ କଙ୍ଗନା କହିଥିଲେ, “ମୋ ଫିଲ୍ମର ସ୍କ୍ରିନିଙ୍ଗ୍‌ ସମୟରେ କୌଣସି ସେଲିବ୍ରିଟି ଆସୁନାହାନ୍ତି। ତାଙ୍କ ଫିଲ୍ମର ସ୍କ୍ରିନିଙ୍ଗ୍‌ ସମୟରେ ସେମାନେ ମୋତେ ଲଜ୍ଜ୍ୟାହୀନ ହୋଇ ଫୋନ୍‌ କରି ଜଣାଇଥାନ୍ତି। ଆଲିଆ ମତେ ରାଜି ଫିଲ୍ମର ଟ୍ରେଲର୍‌ ପଠାଇଥିଲେ ଏବଂ ଏହି ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଥିଲେ। ଟ୍ରେଲର୍‌ ଦେଖିବା ପରେ ମୁଁ ମେଘନା ଗୁଲଜାର ଓ ଆଲିଆଙ୍କୁ ଫୋନ୍‌ କରିଥିଲି। କିନ୍ତୁ ମୋ ଫିଲ୍ମ ପାଇଁ କାହା ପକ୍ଷରୁ କିଛି ରେସପନ୍ସ ଆସୁନାହିଁ ଏବଂ ମୋ ବିରୋଧରେ ବଡ଼ ରାକେଟ୍ ଚାଲିଛି।”

କଙ୍ଗନାଙ୍କର ଏହି ବୟାନ୍ ପରେ ଆଲିଆ କ୍ଷମା ମାଗିଥିଲେ ଏବଂ କହିଥିଲେ, “ମୋତେ ଲାଗୁନାହିଁ ଯେ, କଙ୍ଗନା ମୋତେ ନାପସନ୍ଦ କରୁଛନ୍ତି। ମୋତେ ଏହା ମଧ୍ୟ ଲାଗୁନାହିଁ ଯେ, ମୁଁ ଜାଣିଶୁଣି ତାଙ୍କୁ ଅପସେଟ୍‌ କରିଥିବି। ଯଦି ମୁଁ ତାଙ୍କୁ ଅପସେଟ୍‌ କରିଛି, ତେବେ ମୋ ପକ୍ଷରୁ ତାଙ୍କୁ କ୍ଷମା ମାଗୁଛି। ମୁଁ ସବୁବେଳେ ଏହା କହି ଆସିଛି ଯେ, ଜଣେ ମହିଳା ଓ ଅଭିନେତ୍ରୀ ଭାବରେ ମୁଁ କଙ୍ଗନାଙ୍କୁ ପସନ୍ଦ କରେ। ସେ ବହୁତ ସାହୀସୀ ଏବଂ କୌଣସି ମହିଳା ଏପରି ରାସ୍ତା ବାଛିବା ପ୍ରଶଂସାର କଥା। ମୁଁ ତାଙ୍କର ବିବାଦ ବିଷୟରେ କିଛି ଜାଣି ନ ଥିଲି, ସୁଟିଂରେ ବ୍ୟସ୍ତ ଥିଲି।”

 



from Odisha Reporter http://bit.ly/2TK1O0G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages