ଗଞ୍ଜେଇ ଧରି ଗାଡ଼ିକୁ ଅପେକ୍ଷା କରିଥିଲେ, ମାଡ଼ି ବସିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଗଞ୍ଜେଇ ଧରି ଗାଡ଼ିକୁ ଅପେକ୍ଷା କରିଥିଲେ, ମାଡ଼ି ବସିଲା ପୁଲିସ୍‌

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ୍‌ ଗଞ୍ଜେଇ ଚାଲଣା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ପାଖରୁ ୮୨ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍‌ କହିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସତାମ ଖାନ୍‌, ମିଜାମ୍‌ ଖାନ୍‌, ସାହାଙ୍ଗିର ସେଖ ଏବଂ ମୁଶାରତ୍‌ ଖାନ୍‌। ସମସ୍ତ ଅଭିଯୁକ୍ତଙ୍କ ଘର ବ୍ରହ୍ମପୁର ଗେଟ୍‌ ବଜାର ଅଞ୍ଚଳରେ।

ଅଭିଯୁକ୍ତମାନେ ଗଞ୍ଜେଇ ନେଉଥିବା ନେଇ ଅଡ଼ବା ଥାନା ପୁଲିସ୍‌ ସୂଚନା ପାଇଥିଲା। ଏହାପରେ ସେମାନଙ୍କୁ ଧରିବାକୁ ଯୋଜନା କରାଯାଇଥିଲା। ଆଜି ଅଭିଯୁକ୍ତମାନେ ଗଞ୍ଜେଇ ଧରି ରେଣୁ ଗାଁ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ପୁଲିସ୍‌ ଚଢ଼ଉ କରି ସେମାନଙ୍କୁ କାବୁ କରିନେଇଥିଲା।



from Odisha Reporter http://bit.ly/2tpZxw2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages