
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭରେ ବଢ଼ୁଥିବା ପିଲାକୁ ନେଇ ମା’ ଚିନ୍ତାରେ ରହିଥାଏ। ସବୁ ମା’ ଚାହାନ୍ତି ତାଙ୍କ ପିଲା ସୁସ୍ଥ ସବଳ ହୋଇ ଜନ୍ମ ହୁଅନ୍ତୁ। ତାଙ୍କ ପିଲା କୌଣସି ରୋଗରେ ନପଡ଼ୁ କିମ୍ବା ତା’ଠାରେ ବିକଳାଙ୍ଗ ଲକ୍ଷଣ ନ ଥାଉ। ଡାକ୍ତରଙ୍କ କହିବାନୁସାରେ ଗର୍ଭଧାରଣ ସମୟରେ କରାଯାଇଥିବା ଛୋଟ ଛୋଟ ଭୁଲ୍ ପାଇଁ ପିଲା ବିକଳାଙ୍ଗ ହେବାର ଆଶଙ୍କା ରହିଥାଏ। କ୍ୟାଲସିୟମ ଓ ଭିଟାମିନ୍ ‘ଡି’ କମ୍ କାରଣରୁ ପିଲାଙ୍କ ଗୋଡ଼ରେ ସମସ୍ୟା ଆସିବାର ବିପଦ ରହିଥାଏ।
ଏହି ସମୟରେ ବାହାରେ ଖାଇବା ଦ୍ୱାରା ମଧ୍ୟ ଗର୍ଭସ୍ଥ ପିଲା ଉପରେ ପ୍ରଭାବ ପଡ଼ିଥାଏ। ଡାକ୍ତରଙ୍କ କହିବାନୁସାରେ ଗର୍ଭଧାରଣ ସମୟରେ ମହିଳାଙ୍କ ଶାରିରୀକ ପରିବର୍ତ୍ତନ ହେବା ସହ ହର୍ମୋନରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ। ଫଳରେ ଗର୍ଭବତୀ ମହିଳାଙ୍କୁ ଖଟା, ଚଟପଟା ଭଳି ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଏସବୁ ଖାଦ୍ୟ ଖାବା ଦ୍ୱାରା ପେଟରେ ଥିବା ପିଲା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯାହା ପିଲାକୁ ବିକଳାଙ୍ଗ ବି କରିପାରେ।
- ଗର୍ଭଧାରଣ ପୂର୍ବରୁ ମହିଳାମାନେ କେତୋଟି ବିଷୟ ପ୍ରତି ସତର୍କ ହେବା ଉଚିତ୍। ଏହି ସମୟରେ ଥାଇରଏଡ଼, ସିଷ୍ଟ ଆଦିର ପରୀକ୍ଷା କରିନେବା ଉଚିତ। ଏହାବ୍ୟତୀତ ମହିଳାଙ୍କୁ ଗର୍ଭଧାରଣର ତିନି ମାସ ପୂର୍ବରୁ ଫଲିକ୍ ଏସିଡ୍ ସେବନ କରିବା ଉଚିତ। ଯାହା ଫଳରେ ମା’ ଏବଂ ପିଲାଠାରେ ରକ୍ତହୀନତା ଦେଖାଦେବନି।
- ଭାଇରାଲ ଇନ୍ଫେକ୍ସନର ଶିକାର ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ଏଥିପାଇଁ ଗହଳି ସ୍ଥାନକୁ ଯିବା ଲାଗି ଡାକ୍ତର ଗର୍ଭବତୀ ମହିଳାଙ୍କୁ ବାରଣ କରିଥାନ୍ତି।
- ଗର୍ଭଧାରଣ ସମୟରେ ଅଧିକ ପ୍ରଦୂଷଣଯୁକ୍ତ ସ୍ଥାନକୁ ଯାଆନ୍ତୁ ନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ଯେ ଶବ୍ଦ ପ୍ରଦୂଷଣ ଗର୍ଭସ୍ଥ ପିଲାକୁ ବଧିର କରି ଦେଇପାରେ। ଏମିତିକି ପିଲା ମୁକ ହେବାର ମଧ୍ୟ ଆଶଙ୍କା ରହିଛି।
- ଗର୍ଭଧାରଣ ସମୟରେ ବାହାର ଖାଦ୍ୟ କଦାପି ଖାଇବା ଉଚିତ ନୁହେଁ। ବିଶେଷ କରି ପିଜ୍ଜା, ବର୍ଗର, ରାସ୍ତାକଡ଼ର ଚଟ୍ପଟା, ଚାଟ୍, ପକୁଡ଼ି ଆଦି ଖାଦ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଉଚିତ।
- ମୃଦୁ ପାନୀୟ ଏବଂ ବାହାରେ ବିକ୍ରି ହେଉଥିବା ଜୁସ୍କୁ ଭୁଲି ଯିବା ଉଚିତ୍।
from Odisha Reporter http://bit.ly/2UZfPaY
No comments:
Post a Comment