ପାକିସ୍ତାନ ବିପକ୍ଷ ସିରିଜ୍‌ରେ ଫେରିବେ ସ୍ମିଥ ଓ ୱାର୍ଣ୍ଣର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ପାକିସ୍ତାନ ବିପକ୍ଷ ସିରିଜ୍‌ରେ ଫେରିବେ ସ୍ମିଥ ଓ ୱାର୍ଣ୍ଣର!

ମେଲବର୍ଣ୍ଣ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ବଲ୍‌ ବିକୃତ କରି ଦଣ୍ଡିତ ହୋଇଥିବା ଅଷ୍ଟ୍ରେଲିଆ ଟିମ୍‌ର ଦୁଇ ପ୍ରମୁଖ କ୍ରିକେଟର ଷ୍ଟିଭ ସ୍ମିଥ ଓ ଡାଭିଡ୍‌ ୱାର୍ଣ୍ଣର ଖୁବ୍‌ଶୀଘ୍ର ପଡ଼ିଆକୁ ଓହ୍ଲାଇବେ। ବଲ୍‌ ବିକୃତ କରିବା ଘଟଣା ପାଇଁ ଉଭୟଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ବର୍ଷକ ପାଇଁ ବାସନ୍ଦ କରିଥିଲା।

ଏହି ଅବଧି ଆସନ୍ତା ମାସରେ ଶେଷ ହେବ। ତେଣୁ ବାସନ୍ଦାଦେଶ ଶେଷ ହେବା ପରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଦିନିକିଆ ସିରିଜ୍‌ ହେବ। ଏହି ସମୟରେ ସ୍ମିଥ ଓ ୱାର୍ଣ୍ଣର ପଡ଼ିଆକୁ ଓହ୍ଲାଇବେ ବୋଲି ଖବର ପ୍ରକାଶ ପାଇଛି।

ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମାର୍ଚ୍ଚ ୨୨ରୁ ୩୧ ଯାଏ ୫ଟିକିଆ ଦିନିକିଆ ସିରିଜ୍‌ ଖେଳାଯିବ। ସେହିପରି ସ୍ମିଥ ଓ ୱାର୍ଣ୍ଣରଙ୍କ ଉପରେ ଲାଗୁ ହୋଇଥିବା ବାସନ୍ଦ ଆଦେଶ ଆସନ୍ତା ମାର୍ଚ୍ଚ ୨୯ରେ ଶେଷ ହେବ। ତେଣୁ ପାକିସ୍ତାନ ବିପକ୍ଷ ୪ର୍ଥ ଦିନିକିଆରେ ଉଭୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।

ତେବେ ଫିଟନେଶ ଉଭୟ ଖେଳାଳିଙ୍କ ପାଇଁ ସମସ୍ୟା ହୋଇପାରେ। କାରଣ ବାଂଲାଦେଣ ପ୍ରିମିୟମ ଲିଗ୍‌ ଖେଳୁଥିବା ସମୟରେ ଏହି ଦୁଇ ଖେଳାଳି ଆହତ ହୋଇଥିଲେ। ଏହି କାରଣରୁ ଉଭୟଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ୱଦେଶ ଫେରିବାକୁ ପଡ଼ିଥିଲା।

ଉଭୟ ଖେଳାଳିଙ୍କ କହୁଣୀରେ ହିଁ ଆଘାତ ଲାଗିଥିଲା। ଏହି ଆହତ ଯୋଗୁ ସ୍ମିଥଙ୍କ ଅପରେସନ୍‌ ମଧ୍ୟ ହୋଇଛି। ତେଣୁ ବାସନ୍ଦାଦେଶ ମିଆଦି ପୂରଣ ହେବା ପରେ ଉଭୟ ପଡ଼ିଆକୁ ଓହ୍ଲାଉଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter http://bit.ly/2tjaIqi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages