
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଥିଲା। ଏହିପରିପ୍ରେକ୍ଷୀରେ ବିଜେପି ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଓ କଂଗ୍ରେସ ପାର୍ଟି ଉପରେ ଆକ୍ରମଣକୁ ଅଧିକ ଶାଣିତ କରିଛି। ବୁଧବାର ବିଜେପି ନେତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ ଦୁଇ ଜଣ ଅପରାଧୀଙ୍କ ପୋଷ୍ଟର ଲାଗିଛି। ଏହି ଦୁଇ ଜଣ ଅପରାଧୀ ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ରବର୍ଟ ଭଦ୍ରା। ସମ୍ବିତ ପାତ୍ର କହିଛନ୍ତି ଯେ, ରବର୍ଟ ଭଦ୍ରା ଲଣ୍ଡନରେ ଅବୈଧ ଉପାୟରେ ସମ୍ପତ୍ତି କିଣିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ, ଭ୍ରଷ୍ଟାଚାର କଂଗ୍ରେସ ପାର୍ଟିର ଏଜେଣ୍ଡା।
ସେ କହିଛନ୍ତି ଯେ, ରବର୍ଟ ଭଦ୍ରାଙ୍କର ଲଣ୍ଡନରେ ୮-୯ଟି ସମ୍ପତ୍ତି ରହିଛି। ସେଥିରେ ୨୦୦୯ରେ ପେଟ୍ରୋଲିୟମ ଡିଲ୍ ପାଇଁ କମିଶନ୍ ମିଳିଥିଲା। ସମ୍ବିତ ପାତ୍ର କହିଛନ୍ତି ଯେ, ୨୦୧୯ରେ ଭ୍ରଷ୍ଟାଚାର ବନାମ ପାରଦର୍ଶୀ ମଧ୍ୟରେ ଲଢ଼େଇ ହେବ। ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଜଣେ ରୋଡ଼ପତି ଅଚାନକ କରୋଡ଼ପତି କେମିତି ହୋଇଗଲେ ତାହା କଂଗ୍ରେସ ଦଳ ଉତ୍ତର ରଖିବା ଉଚିତ୍।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଇଡି ଦିଲ୍ଲୀ ଅଦାଲତରେ କିଛି ପ୍ରମାଣପତ୍ର ଦାଖଲ କରିଥିଲା। ଇଡି କହିଥିଲା ଯେ,୧.୯ ନିୟୁତ ପାଉଣ୍ଡ ମୂଲ୍ୟର ଯେଉଁ ଫ୍ଲାଟ୍କୁ ନେଇ ବିବାଦ ଉପୁଜିଛି ତା’ର ପ୍ରକୃତ ମାଲିକ ହେଉଛନ୍ତି ରବର୍ଟ ଭଦ୍ରା। ଆର୍ଥିକ ହେରଫେର କରି ବ୍ରିଟେନ୍ରେ ରବର୍ଟ ଭଦ୍ରା ଫ୍ଲାଟ୍ କିଣିଥିବା ଇଡି ଅଦାଲତରେ କାଗଜପତ୍ର ଦାଖଲ କରିଥିଲା ।
from Odisha Reporter http://bit.ly/2Gea7yC
No comments:
Post a Comment