ମ୍ୟାଟ୍ରିକ୍‌ ପରୀକ୍ଷା ଦିନ ସକାଳେ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ମ୍ୟାଟ୍ରିକ୍‌ ପରୀକ୍ଷା ଦିନ ସକାଳେ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନିକ ସ୍ତରରେ ବଡ଼ ନିଷ୍ପତ୍ତି ହୋଇଛି। ପରୀକ୍ଷା ଦିନ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବ। ପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ତ୍ରିସ୍ତରୀୟ ‘କଭର’ରେ କେନ୍ଦ୍ରକୁ ଆସିବ। ପରୀକ୍ଷା ସୁପରିଚାଳନା ପାଇଁ ୧୭ଟି ପଏଣ୍ଟକୁ ନେଇ ‘ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍‌’ ପ୍ରସ୍ତୁତ ହୋଇଛି। ସେହି ନିୟମକୁ ପାଳନ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଲିକ୍ ଓ ଗୁଜବ ଆଦି ଘଟଣା ଉପରେ କଡ଼ା ନଜର ରଖିବାକୁ ମଧ୍ୟ ସ୍ୱତନ୍ତ୍ର ଅଫିସର ନିଯୁକ୍ତି ପାଇବେ।
ପରୀକ୍ଷା କେନ୍ଦ୍ରକୁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ଫୋନ୍ ନିଷିଦ୍ଧ ଥିବା ବେଳେ ପ୍ରଶ୍ନପତ୍ରକୁ ପରୀକ୍ଷା ହଲ୍‌ରେ ପରୀକ୍ଷାର୍ଥୀଙ୍କ ସମ୍ମୁଖରେ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ନିରୀକ୍ଷଣ ପାଇଁ ୫୮ଟି ଫ୍ଲାଇଂ ସ୍କ୍ୱାଡ, ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ୬ଟି ଜୋନାଲ ସ୍କ୍ୱାଡ ଗଠନ କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବାର ବ୍ୟବସ୍ଥା କରାଯାଇଛି।
ଚଳିତବର୍ଷ ଫେବୃୟାରୀ ୨୨ରୁ ମ୍ୟାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ସରିବ। ଏଥର ମୋଟ ୫ ଲକ୍ଷ ୮୭ହଜାର ୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୯୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ବିତରଣ ପାଇଁ ୩୦୪ଟି ନୋଡାଲ୍‌ ସେଣ୍ଟର ଓ ୭୦୧ଟି ପ୍ରେରକ ଟିମ୍‌ ଗଠନ କରାଯାଇଛି। ପରୀକ୍ଷାର ପ୍ରଥମ ଦିନ ସକାଳ ୯ଟା ଓ ଅନ୍ୟ ଦିନଗୁଡ଼ିକରେ ୯ଟା ୧୫ ମିନିଟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବେ।

ମାର୍ଚ୍ଚ ୨୫ରୁ ଏପ୍ରିଲ ୭ ତାରିଖ ମଧ୍ୟରେ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ମୂଲ୍ୟାୟନ ହେବ। ପରୀକ୍ଷା ସମ୍ବନ୍ଧିତ ବେଆଇନ୍‌ କାର୍ଯ୍ୟ ଧର୍ତ୍ତବ୍ୟ ଓ ଜାମିନବିହୀନ ଅପରାଧ ଭାବେ ବିବେଚନା କରିବାକୁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଶୃଙ୍ଖଳିତ ମ୍ୟାଟ୍ରିକ ପରୀକ୍ଷା କରିବା ପାଇଁ ଆଜି ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାୱାରି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କ ସହିତ ପରୀକ୍ଷା ପରିଚାଳନା ନେଇ ଆଲୋଚନା କରିଥିଲେ।



from Odisha Reporter http://bit.ly/2BHj3c9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages