
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ମୁକାବିଲା କରି ଆଜି ସହିଦ ହୋଇଥିବା ୫ ବୀର ଯୋଦ୍ଧାଙ୍କ ମଧ୍ୟରେ ରହିଛନ୍ତି ମେଜର ବିଭୂତି ଶଙ୍କର ଡୌଣ୍ଡିଆଲ। ଶ୍ରୀ ଡୌଣ୍ଡିଆଲ ଆଜିର ଅପରେଶନ୍ରେ ସାମିଲ ହୋଇଥିବା ସମୟରେ ତାଙ୍କ ଛାତି ଓ ବେକରେ ଆତଙ୍କୀଙ୍କ ଗୁଳି ବାଜିଥିଲା।
ତେବେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ୩୪ ବର୍ଷୀୟ ବିଭୂତି ତାଙ୍କ ପଛରେ ଅନେକ ସ୍ମୃତି ଛାଡ଼ି ଯାଇଛନ୍ତି। ଡେରାଡୁନ୍ରେ ଏହି ମେଜର ଜଣଙ୍କ ଗତବର୍ଷ ହାତକୁ ଦି’ ହାତ ହୋଇଥିଲେ। ଗତ ଏପ୍ରିଲ ମାସରେ ହିଁ ତାଙ୍କର ଶାହାନାଇ ବାଜିଥିଲା।
କର୍ତ୍ତବ୍ୟକୁ ସର୍ବଦା ଅଗ୍ରାଧିକାର ଦେଉଥିବା ଏହି ନବବିବାହିତ ମେଜର ଆତଙ୍କବାଦୀଙ୍କ ସହ ସିଧା ମୁକାବିଲା କରିବାକୁ ଆଜି ଘଟଣାସ୍ଥଳକୁ ବାହାରି ଯାଇଥିଲେ। ହେଲେ ନିୟତିର ନିର୍ଦ୍ଦେଶ ଥିଲା କିଛି ଭିନ୍ନ। ବୋଧେ ଦାମ୍ପତ୍ୟ ସୁଖ ତାଙ୍କ ଭାଗ୍ୟରେ ନଥିଲା।
ମାତ୍ର ବର୍ଷକ ତଳେ ତାଙ୍କ ହାତ ଧରିଥିବା ନିକିତା କୌଲ ଆଜି ଏକା ହୋଇଯାଇଛନ୍ତି। ସ୍ୱାମୀର ଭଲ ପାଇବା କ’ଣ ନିକିତା ବୁଝିବା ଆଗରୁ ବିଭୂତି ଦେଶ ପାଇଁ ସହିଦ ହୋଇଯାଇଛନ୍ତି। ଏବେ ନିକିତା ଏକା ହୋଇଯାଇଛନ୍ତି। ବିଭୂତିଙ୍କ ଘର ଡେରାଡୁନର ଡଙ୍ଗୱଲରେ ହୋଇଥିବା ବେଳେ ସେ ୨୦୧୧ରେ ଆର୍ମିରେ ଯୋଗଦେଇଥିଲେ। ନିକିତାଙ୍କ ବ୍ୟତୀତ ବିଭୂତି ତାଙ୍କ ଜେଜେମା’, ମା’ ଓ ୩ ଉଭଣୀଙ୍କୁ ମଧ୍ୟ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି।
ଅପରେଶନ୍ ବେଳେ ପାଖାପାଖି ରାତି ପ୍ରାୟ ୧.୧୫ରେ ତାଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ ୯୨ ବେସ୍ ସ୍ଥିତ ସେନା ହସ୍ପିଟାଲ ଅଣା ଯାଇଥିଲେ ହେଁ ରାତି ୨.୩୦ରେ ତାଙ୍କୁ ମୃତ ଘୋଷଣା କରଯାଇଥିଲା।
from Odisha Reporter http://bit.ly/2TR2hyo
No comments:
Post a Comment