ରେଳବାଇରେ ଅବହେଳା, ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ଓ ସପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ରେଳବାଇରେ ଅବହେଳା, ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ଓ ସପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ପ୍ରଦେଶ କଂଗ୍ରେସ। ପୂର୍ବତଟ ରେଳପଥରୁ ବିଶାଖାପାଟଣା ଡିଭିଜନ୍‌କୁ ବାଦ୍ ଦେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ପ୍ରଦେଶ କଂଗ୍ରେସ। ଏହା ଓଡ଼ିଶା ବିରୋଧରେ ଚକ୍ରାନ୍ତ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଆନ୍ଧ୍ରପ୍ରଦେଶ ଭଳି ଓଡ଼ିଶା ମଧ୍ୟରେ ଆତଯାତ କରୁଥିବା ସମସ୍ତ ରେଳବାଇ ଅଞ୍ଚଳକୁ ଓଡ଼ିଶାର ପୂର୍ବତଟ ରେଳପଥରେ ସାମିଲ କରାଯାଉ। ନୂତନ ଭାବେ ଗଠିତ ରାୟଗଡ଼ା ଡିଭିଜନକୁ ସ୍ୱାଗତ କରିବା ସହ ବାଲେଶ୍ୱର ଓ ରାଉରକେଲାକୁ ମଧ୍ୟ ନୂଆ ରେଳବାଇ ଡିଭିଜନ୍ କରି ଏହାକୁ ପୂର୍ବତଟ ରେଳପଥରେ ସାମିଲ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

ସେହିପରି ସମାଜବାଦୀ ପାର୍ଟି(ସପା) ଓଡ଼ିଶା ପକ୍ଷରୁ ରେଳ ସଦନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତଟ ରେଳବାଇକୁ ଯେପରି ଦୁଇ ଭାଗ କରାଯାଇଛି, ଠିକ୍‌ ସେହିପରି ଦକ୍ଷିଣ ପୂର୍ବ ରେଳପଥରେ ସାମିଲ ଥିବା ଝାରସୁଗୁଡା-ରାଉରକେଲା ଓ ଯାଜପୁର-କେନ୍ଦୁଝରକୁ ଏକ ଜୋନ କରାଯାଉ ବୋଲି ଦାବି କରାଯାଇଛି। ଏହି ଅବସରରେ ଜେନେରାଲ୍‌ ମ୍ୟାନେଜରଙ୍କ ଜରିଆରେ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।



from Odisha Reporter https://ift.tt/2ED5QTt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages