
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଆତଙ୍କୀଙ୍କ ଶିବିର ଉପରେ ଭାରତ ଏୟାର ଷ୍ଟ୍ରାଇକ୍ କରିବା ପରେ ଏହି ବିବାଦ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ତଥାପି ଆସନ୍ତା ମାର୍ଚ୍ଚ ୧୪ରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି। କର୍ତ୍ତାରପୁର କରିଡର ନିର୍ମାଣ ସମ୍ପର୍କିତ ପ୍ରସଙ୍ଗକୁ ଚୂଡ଼ାନ୍ତ ରୂପ ଦେବାକୁ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି।
କର୍ତ୍ତାରପୁର କରିଡର ସମ୍ପର୍କରେ ଆଲୋଚନା କରିବାକୁ ପ୍ରଥମେ ପାକିସ୍ତାନ ପ୍ରସ୍ତାବ ଦେଇଥିଲା। ଏହି କରିଡର ଯୋଗୁ ବହୁ ଭାରତୀୟଙ୍କୁ ଫାଇଦା ମିଳିବ। ତେଣୁ ଭାରତ ସରକାର ପାକିସ୍ତାନ ସହ ଏ ସମ୍ପର୍କରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି।
ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ କରିଡର ନିର୍ମାଣ ହେବ। ଏହି କରିଡର୍ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିବ। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି। ଏଠାରେ ଗୁରୁ ନାନକ ଦେବ ବିଶ୍ରାମ ନେଇଥିଲେ। ତେଣୁ ଏହା ଶିଖ୍ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବରେ ପରିଚିତ।
from Odisha Reporter https://ift.tt/2Uf50Sk
No comments:
Post a Comment