ବିଶ୍ୱକପ୍‌ରେ ଟ୍ରମ୍ପ୍‌ କାର୍ଡ ସାଜିବେ ଧୋନି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ବିଶ୍ୱକପ୍‌ରେ ଟ୍ରମ୍ପ୍‌ କାର୍ଡ ସାଜିବେ ଧୋନି!

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସମ୍ଭବତଃ ଆଗାମୀ ବିଶ୍ୱକପ୍‌ ପରେ କ୍ରିକେଟ୍‌କୁ ଅଲବିଦା କହିବେ। ଏଥିପାଇଁ ପୂରା ଟିମ୍‌ ତାଙ୍କୁ ବିଶ୍ୱକପ୍‌ ବିଜୟ ଭେଟି ସହ ଅଲବିଦା କହିବାକୁ ଚାହିଁବ। ଧୋନି ମଧ୍ୟ ନିଜର ଶେଷ ବିଶ୍ୱକପ୍‌ରେ ଟିମ୍‌ ପାଇଁ ଅନେକ କିଛି କରିବାକୁ ଚେଷ୍ଟା କରିବେ। ଏବେ ଧୋନି ଟିମ୍‌ ଇଣ୍ଡିଆର ମାର୍ଗଦର୍ଶକ ସାଜିଛନ୍ତି।

ସେ ଟିମ୍‌କୁ କେଉଁ ସମୟରେ କ’ଣ କରିବାକୁ ପଡ଼ିବ, ସେନେଇ ପରାମର୍ଶ ମଧ୍ୟ ଦେଉଛନ୍ତି। ଏଥସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଧୋନିଙ୍କ ମ୍ୟାଚ୍‌ ବିଜୟୀ ଇନିଂସ୍‌ ବିଶ୍ୱକପ୍‌ ପୂର୍ବରୁ ଦଳର ମନୋବଳକୁ ସୁଦୃଢ଼ କରିଛି। ତେଣୁ ଧୋନିଙ୍କ ଅନୁଭବ ଓ ବର୍ତ୍ତମାନର ଫର୍ମ ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ରେ ଯଥେଷ୍ଟ ଫାଇଦା ଦେବ ବୋଲି କ୍ରିକେଟ୍‌ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଚୟନକର୍ତ୍ତା ଏମକେ ପ୍ରସାଦ ଆଶା କରିଛନ୍ତି। ଅଧିନାୟକ ବିରାଟ୍‌ କୋହଲିଙ୍କୁ ମାର୍ଗ ଦେଖାଇବା ହେଉ କିମ୍ବା ଯୁବ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବାରେ ଧୋନି ବିଶ୍ୱକପ୍‌ରେ ପ୍ରମୁଖ ଭୂମିକା ନିର୍ବାହ କରିବେ।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଧୋନି ଯେଉଁଭଳି ବ୍ୟାଟିଂ ଓ ୱିକେଟ୍‌ କିପିଂ ଯାଦୁ ଦେଖାଇଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସେ ଏବେ ନିଜର ସ୍ୱାଭାବିକ ଖେଳ ଖେଳିବାକୁ ସ୍ଥିର କରିଛନ୍ତି। ବିଶ୍ୱକପ୍‌ରେ ମଧ୍ୟ ଧୋନି ଏଭଳି ଜବରଦସ୍ତ ଇନିଂସ୍‌ ଖେଳିବେ ବୋଲି ସମସ୍ତେ ଆଶା କରିଛନ୍ତି। ପ୍ରସାଦଙ୍କ ମତରେ ଧୋନିଙ୍କ ପାଖରେ ଏମିତି ଏକ ଶକ୍ତି ରହିଛି, ଯାହାକୁ ସେ ବ୍ୟାଟିଂ କରିବା ବେଳେ ବ୍ୟବହାର କରନ୍ତି। ଆମକୁ ସେହି ପୁରୁଣା ଧୋନିର ଆବଶ୍ୟକତା ରହିଛି। ସେ ଏବେ ଯେଁଭଳି ଲଗାତର ଭଲ ଖେଳ ପ୍ରଦର୍ଶନ କରୁଛନ୍ତି, ସେଥିରୁ ପୁରୁଣା ଧୋନି ଫେରିଛନ୍ତି ବୋଲି ଆମେ ଭାବୁଛୁ।

୩୭ ବର୍ଷୀୟ ଧୋନିଙ୍କ ଏହା ୪ର୍ଥ ବିଶ୍ୱକପ୍‌ ହେବ। ସେ ବିଶ୍ୱକପ୍‌ ପରେ ଅର୍ଥାତ ଜୁଲାଇ ୭ରେ ୩୮ ବର୍ଷ ବୟସର ହୋଇଯିବେ। ଟିମ୍‌ ଇଣ୍ଡିଆ ଧୋନିଙ୍କ ନେତୃତ୍ୱରେ ଶେଷଥର ପାଇଁ ୨୦୧୧ରେ ବିଶ୍ୱକପ୍‌ ଜିତିଥିଲା। ବିଶ୍ୱକପ୍‌ ପୂର୍ବରୁ ଧୋନି ଆଇପିଏଲ୍‌ ଖେଳିବେ। ଆଇପିଏଲ୍‌ରେ ଧୋନି ୧୪ରୁ ୧୬ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବେ। ତେଣୁ ଏଥିରେ ଧୋନି ତାଙ୍କ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ଦେଖାଇଥିବା ଫର୍ମକୁ ଆଗକୁ ନେଇପାରିବେ।



from Odisha Reporter http://bit.ly/2WSx7bP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages