
ନୂଆଦିଲ୍ଲୀ: ଏକାଧିକ ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହେଉଥିବା ରବର୍ଟ ଭଦ୍ରା ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପ୍ରତିଶୋଧ ପରାୟଣ ବୋଲି କହିବା ସହିତ ତାଙ୍କ ୭୫ ବର୍ଷ ବୟସ୍କ ମା’ଙ୍କୁ ହଇରାଣ କରାଯାଉଥିବାର ଅଭିଯୋଗ ଆଣିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ପଚରାଉଚରା କରିବାପାଇଁ ସରକାରଙ୍କୁ ୪ ବର୍ଷ ୮ ମାସ ଲାଗିଗଲା। ସେ ଫେସବୁକ୍ରେ ଏ ବାବଦରେ ପୋଷ୍ଟ କରି ଲେଖିଛନ୍ତି, “ସେମାନେ କ’ଣ ଭାବୁଛନ୍ତି ଯେ, ଭାରତର ଲୋକେ ବୁଝିପାରୁନାହାନ୍ତି ଏସବୁ ନିର୍ବାଚନୀ ନାଟକ ବୋଲି?”
ଆଜି ସେ ଏବଂ ତାଙ୍କ ମା ମୌରୀନ୍ ଜୟପୁରସ୍ଥିତ ଇଡି ଜୋନାଲ କାର୍ଯ୍ୟାଳୟରେ ହାଜର ହେବାପୂର୍ବରୁ ରବର୍ଟ ଏହି ଫେସବୁକ୍ ପୋଷ୍ଟ କରିଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ତଥା କଂଗ୍ରେସର ନବ ନିଯୁକ୍ତ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ ଥିଲେ।
ଜଣେ ବରିଷ୍ଠ ନାଗରିକଙ୍କୁ ହଇରାଣ କରିବାର ଏପରି ପ୍ରତିଶୋଧ ପରାୟଣତା ଆଶ୍ଚର୍ଯ୍ୟଜନକ ମନେ ହେଉଛି ବୋଲି ରବର୍ଟ କହିଥିଲେ। ତାଙ୍କ ମା’ ଏକ କାର୍ ଦୁର୍ଘଟଣାରେ ନିଜ ଝିଅ, ମଧୁମେହରେ ଜଣେ ପୁଅ ଏବଂ ସ୍ୱାମୀଙ୍କୁ ହରାଇବା ପରେ ତାଙ୍କ ଦୁଃଖର ସଂସାର ଚାଲିଛି ବୋଲି କହି ସମବେଦନା ସାଉଁଟିବାର ପ୍ରୟାସ କରିଛନ୍ତି ଭଦ୍ରା।
from Odisha Reporter http://bit.ly/2BuUPlq
No comments:
Post a Comment