
ଇସ୍ଲାମାବାଦ୍: ପାକିସ୍ତାନ ଆତଙ୍କବାଦୀଙ୍କ ସ୍ୱର୍ଗ ପାଲଟିଥିବାନେଇ ଭାରତ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବାରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପିଲାଳିଆମୀ ପ୍ରଦର୍ଶନ କରିଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍ ଅଲ୍ଲୀ ଜର୍ଦ୍ଦାରୀ।
ଜର୍ଦ୍ଦାରୀ କହିଛନ୍ତି ଇମ୍ରାନ୍ ଅପରିପକ୍ୱ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ କିଭଳି ମତ ରଖିବାକୁ ହୁଏ ସେ ବାବଦରେ ଅନଭିଜ୍ଞ। ସେ ଆହୁରି ମଧ୍ୟ କହିଛନ୍ତି, “ମୋ ସମୟରେ ତାଜ୍ ହୋଟେଲ୍ ଆକ୍ରମଣ ହୋଇଥିଲା। ଏହି ସମୟରେ ଇମ୍ରାନ୍ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି, ଯେକି ଜଣେ ପଛ ସିଟ୍ରେ ବସିଥିବା ଡ୍ରାଇଭର ଏବଂ ଅନ୍ୟମାନଙ୍କ ପାଇଁ ଗାଡ଼ି ଚଲାଉଛନ୍ତି। ସେଥିପାଇଁ ସବୁ ସମସ୍ୟା ହେଉଛି।”
ସୂଚନାଯୋଗ୍ୟ ଯେ, ଇମ୍ରାନ୍ ଖାନ୍ ପୁଲ୍ୱାମା ଘଟଣାରେ ପାକିସ୍ତାନୀଙ୍କ ସମ୍ପୃକ୍ତି ନେଇ ପ୍ରମାଣର ବାହାନା ଖୋଜୁଥିବାବେଳେ ଜର୍ଦ୍ଦାରୀ ୨୬/୧୧ ଆକ୍ରମଣ ସମୟରେ ସମ୍ପୃକ୍ତ ପାକିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେରିକାର ରାଷ୍ଟ୍ର ସଚିବ କଣ୍ଡୋଲୀଜା ରାଇସ୍ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
from Odisha Reporter https://ift.tt/2IozGPF
No comments:
Post a Comment